ହିଞ୍ଜିଳି: ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିବା କରୋନାକୁ ନେଇ ସାରା ବିଶ୍ୱବାସୀ ଚିନ୍ତିତ । କରୋନା ସଂକମଣରୁ ଦୂରେଇ ରହିବା ପାଇଁ କେବଳ ଜନସଚେତନତା ଏକମାତ୍ର ପନ୍ଥା ରହିଥିବା ବେଳେ ଜନସାଧାରଣଙ୍କୁ ସଚେତନ କରାଇବା ସହ ଏହାର ମୁକାବିଲା କରିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୋମବାର ହିଂଜିଳି ଗ୍ରସ୍ତ କରି ବିଭିନ୍ନ ପଂ·ୟତକୁ ଯାଇ କରୋନା ସଚେତନା କିପରି କରାଯାଉଛି ଏବଂ ପ୍ରତ୍ୟେକ ପଂ·ୟତରେ ହୋଇଥିବା ସ୍ୱାସ୍ଥ୍ୟ ଶିବିର କିପରି କାର୍ଯ୍ୟକାରୀ ହେଉଛି ବୁଲି ଦେଖିଥିଲେ । ଜିଲ୍ଲାପାଳ କୁଲାଙ୍ଗେ ହିଂଜିଳି ବ୍ଳକ କାର୍ଯ୍ୟାଳୟକୁ ଆସି କରୋନା ସଚେତନତା ନେଇ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ପରେ ପୋଚିଲିମା, ସାରୁ, କଂଚୁରୁ, ଶାସନ ଆମ୍ବଗାଁ, ଦୁର୍ବନ୍ଧ, ଦାରୁଭଦ୍ରା ନନ୍ଦିକ ପଂ·ୟତକୁ ଯାଇ ସେଠାରେ ଆୟୋଜିତ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ପରିଦର୍ଶନ କରିଥିଲେ । ସ୍ୱାସ୍ଥ୍ୟ ଶିବିର ଗୁଡ଼ିକରେ ଅସ୍ଥାୟୀ ପାଇଖାନା ନିର୍ମାଣ କରିବା ପାଇଁ ପରାମର୍ଶ ଦେବା ସହ ବିଦ୍ୟୁତ ବିଛିନ୍ନରୁ ରକ୍ଷା ପାଇବା ପାଇଁ ଶିବିର ସ୍ଥଳରେ ଜେନେରେଟର ମହଜୁଦ ରଖିବା ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳଙ୍କ ଗ୍ରସ୍ତ ସମୟରେ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଗୋପିନାଥ କୁଅଁର, ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ଗ୍ରାମ୍ୟ ଓ ଜଳ ଯୋଗାଣ କନି ଯନ୍ତ୍ରୀ ପ୍ରସନ୍ନ କୁମାର ଦଳାଇଙ୍କ ସମେତ ସଂପୃକ୍ତ ଗ୍ରାମ ପଂ·ୟତର ସରଂପଚ, ସମିତିସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।
previous post
next post