(ହିଞିଳି / ରଜନୀ କାନ୍ତ ପାତ୍ର) ; ଶ୍ରୀ ଆକାଶ ପଟ୍ଟନାୟକ ଏକ ଇସ୍ତଫା ପତ୍ର ରାଜ୍ୟ ବିଜେପି ସଭାପତି ଶ୍ରୀଯୁକ୍ତ ସମୀର ମହାନ୍ତିଙ୍କୁ ଦେଇଛନ୍ତି। ସେ ଏହି ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି ଯେ ଦୀର୍ଘ ଦଶନ୍ଧିରୁ ଉର୍ଦ୍ଧ ସମୟ ଧରି ପାର୍ଟିରେ କାମକରି ଆସୁଥିବା ଜଣେ ଶୃଙ୍ଖଳିତ ଏବଂ ବୈଚାରିକ ଦର୍ଶନ ଏବଂ ସିଦ୍ଧାନ୍ତରେ ସିରୁ ସାମାନ୍ୟ ଜଣେ କାର୍ୟ୍ୟକର୍ତ୍ତା । କିଛି ବର୍ଷ ସଂଘ କାମ କରିବା ପରେ ସଂଘର ବିବିଧ କ୍ଷେତ୍ରରେ କିଛି କାମ କରିବାର ଅନୁଭୂତି ନେଇ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲି। ପାର୍ଟି ମୋ ଭଳି ଜଣେ ସାମାନ୍ୟ କାର୍ୟ୍ୟକର୍ତାକୁ ସମ୍ମାନର ଅଧ୍ୟକାରୀ କରାଇ ଦୁଇ ଦୁଇ ଥର ନଗର ସାଧାରଣ ସମ୍ପାଦକ, ହିଞ୍ଜିଳିକାଟୁ ନଗର, ଉପ-ସଭାପତି ତଥା ସଦସ୍ୟତା ଅଭିଯାନ ପ୍ରମୂଖ, ହିଞ୍ଜିଳିକାଟୁ ନଗର ଏବଂ ଜିଲ୍ଲା କାର୍ୟ୍ୟକାରିଣୀ ସଦସ୍ୟ, ଘୁମୁସର (ସାଙ୍ଗଠନିକ) ଜିଲ୍ଲା ଭଳି ଗୁରୁ ଦାୟିତ୍ର ନିର୍ବାହନ ପାଇଁ ମତେ ଯୋଗ୍ୟ ବୋଲି ବିଚାର କରି ନିର୍ବାଚିତମନୋନୀତ କରିଥିଲା। ମୁଁ ମୋ ଉପରେ ନ୍ୟସ୍ତ ଥିବା ସମସ୍ତ କାର୍ୟ୍ୟକୁ ସୁଚାରୁ ଭାବରେ ସମ୍ପାଦନ କରିବା ନେଇ ଯତ ପରୋନାସ୍ତି ଉଦ୍ୟମ କରିଛି। ଅନେକ ଜାଗାରେ ସଫଳତା ପାଇଛି ଅନେକ ଜାଗାରେ ବିଫଳତାର ସ୍ବାଦ ମଧ୍ୟ ଚାଖୁଛି। ଅଗଷ୍ଟ/୨୦୧୬ରେ ଏକ କାର୍ୟ୍ୟକ୍ରମର ଦାୟିତ୍ବ ମୋ ଉପରେ ନ୍ୟସ୍ତ ଥିଲା କିନ୍ତୁ କୌଣସି କାରଣବଶତଃ କାର୍ୟ୍ୟକ୍ରମଟି ଆୟୋଜନ ନ ହୋଇ ପାରିବାର ଦାୟିତ୍ବ ବୋଧକୁ ନିଜ ଉପରକୁ ନେଇ ନଗର ସାଧାରଣ-ସମ୍ପାଦକ ଦାୟିତ୍ୱରୁ ନିଜକୁ ମୁକ୍ତ କରିଥିଲି। କିନ୍ତୁ ପରବର୍ତ୍ତୀ ସମୟରେ ପାର୍ଟି ମତେ ଆହୁରି ଗୁରୁଦାୟିତ୍ବ ପ୍ରଦାନ କରିଥିଲା । ସାମ୍ପ୍ରତିକ ପରିସ୍ଥିତିରେ ରାଜନୀତି କ୍ଷେତ୍ର ପାଇଁ ମୁଁ ନିଜକୁ ଯୋଗ୍ୟ ବୋଲି ବିଚାର କରୁନାହିଁ। ସମସ୍ତ ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ମଧ୍ୟ ନିଜକ ଯୋଗ ଦେଇଥିବା ଗୁରୁ ଦାୟିତ୍ଵର ଉତ୍ତମ ନିର୍ବାହନ କରି ପାରିଛି ବୋଲି ଆମ୍ ସନ୍ତୁଷ୍ଟି ଲାଭ କରିପାରୁନାହିଁ। ତେଣୁ ପାର୍ଟି ପ୍ରଦାନ କରିଥିବା ସମସ୍ତ ଦାୟିତ୍ୱରୁ ନିଜକୁ ମୁକ୍ତ କରିବା ସଙ୍ଗେ ସଙ୍ଗେ ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ପ୍ରଦାନ କରୁଛି। ପାର୍ଟି ପାଇଁ ନିଜର ଅଭିନନ୍ଦନ ଜଣାଇବା ସହ ଏହାର ଏକ ନକଲ ମାନନୀୟ ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ), ଜିଲ୍ଲା ସଭାପତି, ଘୁମୁସର ସାଙ୍ଗଠନିକ ଜିଲ୍ଲା,ହିଞ୍ଜିଳିକାଟୁ ନଗର ସଭାପତିଙ୍କ ଅବଗତି ନିମନ୍ତେ ପ୍ରେରଣ କରିଛନ୍ତି ।