ଓଡିଶାରାଜନୀତି

ଭିନ୍ନ ବିଧାୟକ,ଭିନ୍ନ ବ୍ୟକ୍ତିତ୍ୱ

(ସୁର୍ଜିତ ଧଳ/ ଭୁବନେଶ୍ୱର): ନିକଟରେ ରାଜଧାନୀର ଏକ ଖଟିରେ ଜୋରଦାର ପଲିଟିକାଲ ଗସିପ ଚାଲିଥିଲା । ବିଭିନ୍ନ ବିଧାୟକଙ୍କ କାର୍ଯ୍ୟଦକ୍ଷତା ଓ ଦୋଷ ଦୁର୍ବଳତାକୁ ନେଇ ଚାଲିଥିଲା ଚର୍ଚ୍ଚା । କେଉଁ ବିଧାୟକ କଣ କାମ କରିଛନ୍ତି, କେତେ ଖାଇଛନ୍ତି, ଏହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଖଟିର ଚଗଲାଟା ଏକ ବିରାଟ ପ୍ରଶ୍ନକୁ ନେଇ ନିଜ ଅସନ୍ତୋଷ ବ୍ୟକ୍ତ କଲା । ହଠାତ୍ କହିଉଠିଲା, ଆରେ ଭାଇ, ବିଧାୟକମାନଙ୍କୁ ଦେଖିଲୁ ତାଙ୍କ ପାରିଲା ପଣିଆ ବି ଦେଖିଲୁ । ସମସ୍ତେ ଟଙ୍କା ପକାଇଲେ, ଟିକେଟ ପାଇଲେ । ବିଧାୟକ ହେବା ପରେ ଖର୍ଚ୍ଚ ଟଙ୍କା ବି ଆଦାୟ କରିବାରେ ଲାଗିଲେ । କିନ୍ତୁ ଏ ଯାଜପୁର ବିଧାୟକ କେଉଁ ଉପାଦାନରେ ଗଢା କେଜାଣି ଯାହା ବି ହେଇଯାଉ ତାଙ୍କର କିଛି ଫରକ ପଡୁ ନାହିଁ । ସତ୍ୟ ଭାଇ କହିଉଠିଲେ, ସତରେ ଚଗଲା ଗୋଟିଏ ବିଧାୟକ ଦେଖିଲୁ, ଯାହାଙ୍କର ଟିକେଟ ମିଳୁ କି ନ ମିଳୁ, ମନ୍ତ୍ରୀପଦ ମିଳୁ କି ନ ମିଳୁ, ସେଥିରେ ହୋଲ ନାହିଁ କି ଢୋଲ ନାହିଁ । ଆଗରୁ ବି ବିନ୍ଦାସ ଥିଲେ,ଆଜି ବି ବିନ୍ଦାସ । କୌଣସି ପ୍ରକାର ପରିବର୍ତ୍ତନ ଆସିନାହିଁ ତାଙ୍କ ବ୍ୟବହାରରେ ।
ସାମ୍ବାଦିକ, ମିଡିଆକୁ ଡକେଇ ହକେଇ ନେତା ମନ୍ତ୍ରୀ ହାଇଲାଇଟ ହେବାକୁ କେତେ ଚେଷ୍ଟା କରୁଛନ୍ତି । କିନ୍ତୁ ବବି ଦାଶ ପୂରା ଓଲଟା । ମିଡିଆ ଫୋଭିଆ ବୋଧେ ରହିଛି । ଏତେ ସବୁ କରୁଛନ୍ତି, କିନ୍ତୁ ମିଡିଆକୁ କିଛି ବି ସୂଚନା ଦିଆଯାଉ ନାହିଁ । ହେଲେ ଆମେ ମିଡିଆ ବାଲା ବି କୋଉ ଛାଡିବା ଜନ୍ତୁ । ଶୁଙ୍ଘି ଶୁଙ୍ଘି ତାଙ୍କୁ କ୍ୟାମେରାରେ ବନ୍ଦୀ କରିବାକୁ କେତେବେଳେ ବି ପଛଉନାହୁଁ । ନିର୍ବାଚନ ପୂର୍ବର ତାଙ୍କ ସାଂଗଠନିକ ଦକ୍ଷତା ପାଇଁ ବିଜେଡି ନିର୍ବାଚନ ବୈତରଣୀ ପାର କରିବାରେ ସକ୍ଷମ ହୋଇଥିଲା । ଟିକେଟ ମିଳିବା ପୂର୍ବରୁ ସମସ୍ତ ମିଶାଣ, ଫେଡାଣ, ଗୁଣନ ଓ ହରଣକୁ ଗୋଳେଇ ମିଶେଇ ଅସମ୍ଭବକୁ ସମ୍ଭବ କରିଦେଲେ ବବି । ମନ୍ତ୍ରୀମଣ୍ଡଳରେ ସେ ନ ଥିଲେ, କିନ୍ତୁ ତାଙ୍କର ସେପରି କୌଣସି ଆବିଳତା ଦେଖାଦେଇ ନ ଥିଲା । ଯେମିତି ଆଗରୁ ଦଳର ସାଂଗଠନିକ ସୁଦୃଢତା କ୍ଷେତ୍ରରେ କାର୍ଯ୍ୟ କରୁଥିଲେ, ଆଜି ମଧ୍ୟ ଠିକ ସମାନ ଅନୁପାତରେ କାମ ଚଳାଇଛନ୍ତି । ଯେତେବେଳେ ଯେଉଁ କାମ ଦଳ ପାଇଁ ଅସହଜ ହୋଇହେଉଛି, ସାଙ୍ଗେ ସାଙ୍ଗେ ବବିଙ୍କ ଖୋଜା ପଡୁଛି ଓ ସେ ମଧ୍ୟ ମନରେ କୌଣସି ଆବିଳତା ନ ରଖି ସେହି ସମସ୍ୟାକୁ ଚୁଟକିରେ ସମାଧାନ କରିନେଉଛନ୍ତି । ବବିଙ୍କୁ ଭୁବନେଶ୍ୱରରେ କମ ଆଉ ଯାଜପୁର ଜିଲ୍ଲାରେ ଅଧିକ ଦେଖିବାକୁ ମିଳୁଛି । ସେଠାରେ ମଧ୍ୟ ଖାଲି ବସୁ ନାହାନ୍ତି । ଯେତେବେଳେ ଦେଖ କିଛି ନା କିଛି ଉନ୍ନୟନ କାମ, ସ୍ୱଚ୍ଛତାକୁ ନେଇ କାମ ଚଳାଇଛନ୍ତି । ସ୍ଥାନୀୟ ଲୋକଙ୍କୁ ଏକ ଜୁଟ କରୁଛନ୍ତି । ତାଙ୍କ ଏହି କାର୍ଯ୍ୟଧାରା ଅନ୍ୟ ବିଧାୟକଙ୍କ ପାଇଁ ଶିକ୍ଷଣୀୟ ନିଶ୍ଚିତ । ଏପରି ବିଧାୟକ ହେଲେ ରାଜ୍ୟର ଉନ୍ନତି ସୁନିଶ୍ଚିତ ।

Related posts

ଟ୍ରକ୍ ତଳେ ଚାପି ହୋଇ ବାଇକ୍ ଆରୋହୀ ମୃତ

mahabharatanews

ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

mahabharatanews

ରାଜ୍ୟରେ ଆଉ ୧୮୪ କରୋନା ଆକ୍ରାନ୍ତ ସୁସ୍ଥ

mahabharatanews

Leave a Comment