ଓଡିଶା

ଜିଲ୍ଲା ସ୍ତରୀୟ କରୋନା ଭୂତାଣୁ ସଚେତନତା ସମ୍ପର୍କିତ ପ୍ରଶିକ୍ଷଣ ଶିବିର

କେନ୍ଦ୍ରାପଡା: ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ସୋମବାର ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଏକ ଜିଲ୍ଲା ସ୍ତରୀୟ କରୋନା ଭୂତାଣୁ ସଂକ୍ରମଣ ନିବାରଣ ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଉର୍ମିଳା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ(ଜନସ୍ୱାସ୍ଥ୍ୟ) ଡା. ମିର୍ଜା ବାବର ବେଗ ଯୋଗଦେଇ କିଭଳି ଏହି କରୋନା ଭୂତାଣୁ ସଂକ୍ରମଣର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବ ସେ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ନିୟମିତ ହାତ ଧୋଇବା, ସାନିଟାଇଜର ବ୍ୟବହାର କରିବା, ମାସ୍କ ପିନ୍ଧିବା, ଛିଙ୍କ ବା କାଶିବା ବେଳେ ଟିସୁ ପେପର ବ୍ୟବହାର କରିବା, କରୋନା ଭୂତାଣୁ ସଂକ୍ରମିତ ରୋଗୀକୁ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ସ୍ଥାନାନ୍ତର ସମୟରେ ଗାଡି ଚାଳକ ଓ ସହାୟକ ମାସ୍କ ପିନ୍ଧିବା, ରୋଗୀର ବେଡରେ ଥିବା ବେଡସିଟ କିଭଳି କଢାଯାଇ ସଫା କରାଯିବା, ସରକାରୀ ଡାକ୍ତରଖାନା ଓ ବେସରକାରୀ ନର୍ସିଂହୋମ ଗୁଡିକରେ କରୋନା ଭୂତାଣୁ ସଂକ୍ରମିତ ରୋଗୀକୁ ଚିକିତ୍ସା କରାଯିବା ସମୟରେ କିଭଳି ଡାକ୍ତର ଓ ନର୍ସମାନେ ହାତରେ ଗ୍ଲୋଭସ , ଦେହରେ ଗାଉନ, ମୁଣ୍ଡରେ ହେଡ ଗିଅର, ପାଦରେ ଫୁଟ ୱିଅର କଭର, ଆଖିରେ ଗଗଲେସ ଓ ମୁହଁରେ ମାସ୍କ ପିନ୍ଧିବା ସମ୍ପର୍କରେ ପ୍ରୋଜେକ୍ଟର ମାଧ୍ୟମରେ ଉପସ୍ଥାପନ କରି ବୁଝାଇଥିଲେ । ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁଯାଇ କୈାଣସି ବ୍ୟକ୍ତି ବିଶେଷ, ସଂସ୍ଥା ବା ଅନୁଷ୍ଠାନ ଡିଏମଇଟି, ଡିପିଏଚ, ଡିଏଚଏସ କିମ୍ବା ଜିଲ୍ଲାପାଳଙ୍କ ଅନୁମତି ବିନା କରୋନା ଭୂତାଣୁ ସମ୍ପର୍କରେ କୈାଣସି ତଥ୍ୟ ସମ୍ବାଦପତ୍ର, ବୈଦୁତିକ ଗଣମାଧ୍ୟମ କିମ୍ବା ସାମାଜିକ ଗଣମାଧ୍ୟମକୁ ଦେଇପାରିବେ ନାହିଁ ବୋଲି ସୂଚନା ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଏଡିଏମଓ(ମେଡିକାଲ)ଡା.କିଶୋର ଆଚାର୍ଯ୍ୟ, ଏଡିଏମଓ(ପରିବାର କଲ୍ୟାଣ) ଡା.ସଚିଦାନନ୍ଦ ମିଶ୍ର, ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ପ୍ରକାଶ ଚନ୍ଦ୍ର ବାନାର୍ଜୀ, ମମତା ଯୋଜନାର ଜିଲ୍ଲା ସଂଯୋଜକ ମନୋରଞ୍ଜନ ଦାସ, ଜନସ୍ୱାସ୍ଥ୍ୟ ସଂଯୋଜକ ଆଲୋକ ମହାନ୍ତି, ଡାକ୍ତରଖାନା ପରିଚାଳକ ଶୁଭାଶିଷ ସାଠୁଆଙ୍କ ସମେତ ବିଭିନ୍ନ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ, ବ୍ଲକ ପ୍ରୋଗ୍ରାମ ଅଧିକାରୀ, ଜିଲ୍ଲା ସ୍ତରୀୟ ଅଧିକାରୀ, ସିଡିପିଓ ଓ ସୁପରଭାଇଜରମାନେ ଉପସ୍ଥିତ ଥିଲେ ।

Related posts

‘ପ୍ରତୀକ୍ଷା’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ 

mahabharatanews

ସାମାନ୍ୟ ଅଣଦେଖା ଭୟଙ୍କର ହୋଇପାରେ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

mahabharatanews

ସରପଞ୍ଚଙ୍କୁ ମାଡ ମାରିବା ଅଭିଯୋଗରେ କନେଷ୍ଟବଲ ନିଲମ୍ବିତ

mahabharatanews