ଓଡିଶା

‘ପ୍ରତୀକ୍ଷା’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ 

 (ଭୁବନେଶ୍ୱର) :  ଘୋଷଣା ହୋଇଛି ‘୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର’ । ଦିଲ୍ଲୀର ନ୍ୟାସନାଲ୍ ମିଡିଆ ସେଣ୍ଟର୍‌ରେ ଆଜି (ଗୁରୁବାର) ପୁରସ୍କାର ବିଜେତାମାନଙ୍କ ନାମ ଘୋଷିତ ହୋଇଛି। ‘ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର’ ଭାବେ ‘ପ୍ରତୀକ୍ଷା’ର ନାମ ଘୋଷଣା ଓଡ଼ିଶା ପାଇଁ ଗୌରବ ନେଇ ଆସିଛି।

ଯାହାକୁ ନେଇ ଓଡ଼ିଶାରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ସେପଟେ ମୁଖ୍ୟମନ୍ତ୍ରୀ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।  ‘ଗଙ୍ଗୁବାଇ କାଠିଆୱାଡି’ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ ପାଇଁ ଆଲିଆ ଭଟ୍ଟଙ୍କୁ ଓ ‘ମିମି’ ଚଳଚ୍ଚିତ୍ର ପାଇଁ କୃତୀ ସାନନ୍‌ଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ମନୋନୀତ କରାଯାଇଛି। ‘ପୁଷ୍ପା’ ଚଳଚ୍ଚିତ୍ର ପାଇଁ ଅଲ୍ଲୁ ଅର୍ଜୁନଙ୍କୁ ‘ଶ୍ରେଷ୍ଠ ଅଭିନେତା ପୁରସ୍କାର’ ପ୍ରଦାନ କରାଯିବ।

Related posts

ଭାଙ୍ଗ-ମିଶ୍ରିତ କୁଲଫି ଆଇସକ୍ରିମ ଜବତ କଲା ​​ପୋଲିସ…

mahabharatanews

ଆଜିଠୁ ଶ୍ରୀମନ୍ଦିରରେ ଚନ୍ଦନ ଯାତ୍ରା

mahabharatanews

ଲକଡାଉନ ଅବମାନନା: ୭ ଗିରଫ

mahabharatanews