ଅପରାଧ

ବିଜେପି ନେତା ମର୍ଡର ଘଟଣା: ସିନ ରିକ୍ରିଏଟ ବେଳେ ମିଳିଲା ଖଣ୍ଡା

 ମାହାଙ୍ଗା: ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ଘଟଣାରେ କଟକ ଗ୍ରାମାଞ୍ଚଳ ପୁଲିସର ତଦନ୍ତ ଜୋରସୋରେରେ ଆଗେଇ ଚାଲିଛି । ଗତକାଲି ୪ ଜଣଙ୍କୁ ପୁଲିସ ଉଠାଇ ନେଇ ଅଜ୍ଞାତ ସ୍ଥାନରେ ପଚରାଉଚରା କରିଥିବା ବେଳେ ଆଜି ମୁଖ୍ୟ ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏଟ କରାଯାଇଛି । ସିନ ରିକ୍ରିଏଟ ବେଳେ ଏକ ଖଣ୍ଡା ପୁଲିସ ଠାବ କରିଛି ।
ଗତକାଲି ରାତିରେ ମାହାଙ୍ଗର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି କଟକ ଗ୍ରାମାଞ୍ଚଳ ପୁଲିସ ୪ ଅଭିଯୁକ୍ତମାନଙ୍କୁ ଉଠାଇନେଇଥିଲା। ପଚରାଉଚରା ପରେ ଆଜି ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ନେଇ ସିନ ରିକ୍ରିଏଟ କରିବା ପରେ ଏକ ଖଣ୍ଡା ପୁଲିସକୁ ମିଳଛି । ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିବ ବୋଲି ଜଣାପଡ଼ିଛି। ସେହିଭଳି ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ୍ ପକ୍ଷରୁ ଚଢ଼ାଉ ଜାରି ରହିଛି।

 

Related posts

ଅବନ୍ତିପୋରାରୁ ଜୈଶ ସମର୍ଥକ ଗିରଫ

mahabharatanews

୪ ଜଣ ପୋଲିସ କର୍ମଚାରୀ ଦୁଷ୍କର୍ମ କରିଥିବା ଅଭିଯୋଗ

mahabharatanews

ଶିଖରଚଣ୍ଡୀ ପାହାଡ଼ ତଳୁ ମିଳିଲା ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ଶରୀର

mahabharatanews