Uncategorized

ଜେଏନୟୁ ହିଂସା: ଆଉ ୩ ଅଭିଯୋଗ ଦାୟର

ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ରେ ଜାନୁଆରୀ ୫ ତାରିଖରେ ହୋଇଥିବା ହିଂସା ଘଟଣାରେ ଆଉ ୩ଟି ଅଭିଯୋଗ ଦିଲ୍ଲୀ ପୁଲିସ ରୁଜୁ କରିଛି । ଏହା ପରେ ଦିଲ୍ଲୀ ପୁଲିସ ନିକଟରେ ଅଭିଯୋଗ ସଂଖ୍ୟା ୧୪ରେ ପହଞ୍ôଚଛି ।

ଦିଲ୍ଲୀ ପୁଲିସ ସୂତ୍ରରୁ ପ୍ରକାଶ, ତିନି ନୂତନ ଅଭିଯୋଗ ପରେ ଜାନୁଆରୀ ୫ ହିଂସା ଘଟଣାରେ ମୋଟ ୧୪ଟି ଅଭିଯୋଗ ପୁଲିସ ନିକଟରେ ପହଁଚିଛି । ଏହି ଘଟଣାରେ ଅଧିକ ସଂଖ୍ୟକ ଲୋକ ଏହି ଘଟଣା ସମ୍ପର୍କରେ ସୂଚନା ପ୍ରଦାନ କରନ୍ତୁ ଓ ଭିଡିଓ ଫୁଟେଜ ପ୍ରଦାନ କରିବାକୁ ଦିଲ୍ଲୀ ପୁଲିସ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରିଛି । ଏପର୍ଯ୍ୟନ୍ତ ୧୨ ଜଣ ପୁଲିସ ସହ ସମ୍ପର୍କ କରିବା ସହ ସେମାନଙ୍କ ମତ ଦେଇସାରିଲେଣି । ଏହି ହିଂସାରେ ଆହତ ହୋଇଥିବା ବ୍ୟକ୍ତି ବିଶେଷଙ୍କ ସହ କ୍ରାଇମ ବ୍ରାଞ୍ଚ ଆଲୋଚନା କରିବ ।

ତଦନ୍ତରେ କ୍ରାଇମ ବ୍ରାଞ୍ଚ ପ୍ରବେଶ ପଞ୍ଜିକରଣକୁ ଅନ୍ତର୍ଭୁକ୍ତ କରିଛି, କାରଣ ବିଶ୍ୱବିଦ୍ୟାଳୟରେ ସର୍ଭର ସମସ୍ୟା କାରଣରୁ ସିସିଟିଭି ଫୁଟେଜ ମିଳିପାରି ନାହିଁ । ଦିଲ୍ଲୀ ପୁଲିସ କମିଶନ ଅମୁଲ୍ୟ ପଟ୍ଟନାୟକ ଆଜି ଏହି ମାମଲାରେ ସମ୍ପୃକ୍ତ ୩ ଦଳ ସହ ସମୀକ୍ଷା ବୈଠକ କରିଛନ୍ତି ।

ସୂଚନାଯୋଗ୍ୟ, ଜାନୁଆରୀ ୫ ତାରିଖରେ ବିଶ୍ୱବିଦ୍ୟାଳୟ ମଧ୍ୟରେ ମୁଖା ପିନ୍ଧା ଦୁର୍ବୃତ୍ତମାନେ ଛାତ୍ରଛାତ୍ରୀ ଓ ଫ୍ରଫେସରଙ୍କୁ ଠେଙ୍ଗା, ଲୁହା ରଡରେ ଆକ୍ରମଣ କରିଥିଲେ । ଏଥିରେ ବିଶ୍ୱବିଦ୍ୟାଳୟର ୩୦ରୁ ଅଧିକ ଆହତ ହୋଇଥିଲେ ।ଆହତଙ୍କ ମଧ୍ୟରେ ଜେଏନୟୁଏସୟୁ ସଭାପତି ଆଇସା ଘୋଷ ମଧ୍ୟ ଥିଲେ ।

Related posts

ଡିଫେନ୍ସ ଏକ୍ସପୋ ପାଇଁ ଗଛ କଟା ହୋଇନାହିଁ: ୟୁପି

mahabharatanews

ଅଡୁଆରେ ଜଗନ ମୋହନ, ହତ୍ୟା ଅଭିଯୋଗ ଆଣିଲେ ଭଉଣୀ

mahabharatanews

ସଡକ-୨ ଫିଲ୍ମକୁ ନେଇ ୩ ଭଟ୍ଟଙ୍କ ନାମରେ ମାମଲା ରୁଜୁ

mahabharatanews