ନୂଆଦିଲ୍ଲୀ: ଜେନେରାଲ ବିପିନ ରାୱତ ଦେଶର ପ୍ରଥମ ଚିଫ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ସେନା ଆଜି ରକ୍ଷା ମନ୍ତ୍ରଣାଳୟ (ସାଉଥ ବ୍ଲକ)ରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ରାୱତ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ପହଁଚି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ସେ କହିଥିଲେ, ସେ ତିନି ସେନାକୁ ଏକଜୁଟ କରିବାର ପ୍ରୟାସ କରିବେ । ତିନି ସେନା ଗୋଟିଏ ଦଳ ଭାବେ କାମ କରିବେ । ଚିଫ ଅଫ ଡିଫେନ୍ସ ଷ୍ଟାଫକୁ ଦିଆଯାଇଥିବା କାର୍ଯ୍ୟ ଅନୁସାରେ ସମସ୍ତଙ୍କୁ ଏକକତ୍ୱକୁ ବୃଦ୍ଧି କରି ଭଲ ସଂସାଧନ ପ୍ରବନ୍ଧନ କରିବାକୁ ହେବ । ସେ ଆହୁରି କହିଥିଲେ, ସେନାକୁ ରାଜନୀତିଠାରୁ ଦୂରେଇ ରହିଥାଏ । ସେନା ସରକାରର ଆଦେଶ ଅନ୍ତର୍ଗତ କାମ କରିଥାଏ । ତିନି ସେନା ପ୍ରତି ରାୱତଙ୍କ ବ୍ୟବହାର ଏକ ପ୍ରକାର ରହିବ ବୋଲି ସେ କହିଥିଲେ ।
ସିଡିଏସ ଏକ ଚାରି ଷ୍ଟାର ଧାରୀ ଜେନେରାଲର ପଦ, ଯିଏ ସ୍ଥଳ ସେନା ଜଳସେନା ଓ ବାୟୁ ସେନାର ପ୍ରଥମ ମୁଖିଆ । ତେବେ ନିତି ସେନାର ଅଲଗା ଅଲଗା ପ୍ରମୁଖ ରହିବେ, ଯେଉଁମାନଙ୍କର ପଦ ୪ ଷ୍ଟାର ବିଶିଷ୍ଟ ରହିବ । ସିଡିଏସ ଜେନେରାଲ ରାୱତ ସରକାରର ସେନା ପରାମର୍ଶ ଦାତାର ଦାୟିତ୍ୱ ମଧ୍ୟ ତୁଲାଇବେ । ସରକାରକୁ ମହତ୍ୱପୂର୍ଣ୍ଣ ରକ୍ଷା ଓ ରଣନୀତିଗତ ପରାମର୍ଶ ଦେବେ । ତିନି ସେନାର ଦୀଘ;କାଳୀନ ରକ୍ଷା ଯୋଜନା, ରକ୍ଷା ବିକ୍ରି ବଟା, ପ୍ରଶିକ୍ଷଣ ଓ ପରିବହନ ପାଇଁ ପ୍ରଭାବି ସମନ୍ୱୟ ରକ୍ଷା କରିବାକୁ ହେବ ।