ଓଡିଶା

ଝୁଲନ୍ତା ମୃତଦେହ ଉଦ୍ଧାର

ଉଦଳା: ମୟୁରଭଞ୍ଜ ଜିଲ୍ଳା ଖୁଂଟା ଥାନା ଅଧୀନ ରାଇକାଳି ଗ୍ରାମ ନିକଟ ରାସ୍ତାପାଶ୍ୱର୍ ବିଲ ଭିତରେ ଥିବା ଏକ ଗଛରେ ଜଣେ ଯୁବକର ମୃତଦେହ ଝୁଲିଥିବା ସ୍ଥାନୀୟ ଲୋକେ ଆଜି ସକାଳୁ ଦେଖିବାକୁ ପାଇଥିଲେ । ଖବର ପାଇଁ ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଉଦ୍ଧାର କରିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତକ ଯୁବକ ଜଣକ ହେଲେ ସ୍ଥାନୀୟ ସିମଗଡ଼ିଆ ଗ୍ରାମର ଶ୍ରୀଧର ଧାଉଁଡ଼ିଆ । ତାଙ୍କ ମୃତ ଦେହ ଯେଉଁ ଗଛକୁ ଉଦ୍ଧାର ହେଲେ ତାହାର ଅନତି ଦୂରରେ ତାଙ୍କ ସାଇକେଲ ପଡ଼ିଥିବା ଦେଖିବାକୁ ମିଳିଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏହା ଅତ୍ମହତ୍ୟା ବୋଲି ପୁଲିସ ସନ୍ଦେହ କରୁଛି । ଅନ୍ୟପଟେ ଶ୍ରୀଧରଙ୍କ ସଂପର୍କୀୟ କହିବାନୁସାରେ ଗତକାଲି ସନ୍ଧ୍ୟା ସମୟରେ ସେ ଘରୁ ବାହାରି ଆସିଥିବା ବେଳେ ଆଉ ଘରକୁ ଫେରି ନଥିଲେ । ତେବେ ଘରୋଇ କଳହରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି ।

Related posts

“ବିଜେଡି ୨୪ଟି ଆସନରେ ବିଜୟୀ ହେବ”

mahabharatanews

 ୧୨ ସରକାରୀ, ୧୦ ଘରୋଇ ହସ୍ପିଟାଲରେ ହେବ ଟୀକାକରଣ

mahabharatanews

ସ୍କ୍ରବ ଟାଇଫ୍‌ସ ଭୟ; ସୁନ୍ଦରଗଡ଼ରେ ସର୍ବାଧିକ  

mahabharatanews