Uncategorized

ଉଦଯାପିତ ହେଲା ‘ଉଦୀୟମାନ’ର ସପ୍ତାହ ବ୍ୟାପୀ ବନ ମହୋତ୍ସବ

ଯାଜପୁର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଉଦୀୟମାନ’ ପକ୍ଷରୁ ଚାଲିଥିବା ସପ୍ତାହ ବ୍ୟାପୀ ବନ ମହୋତ୍ସବ କାର୍ଯ୍ୟକ୍ରମ ଆଜି ଧାନମଣ୍ଡଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ସଫଳତାର ସହ ଉଦଯାପିତ ହୋଇଯାଇଛି।

‘ଉଦୀୟମାନ ସବୁଜ ବାହିନୀ’ ଆନୁକୂଲ୍ୟରେ ଗତ ଜୁଲାଇ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ମାଧ୍ୟମରେ ବିଭିନ୍ନ ବିଦ୍ୟାଳୟରେ ଆମ୍ବ, ପିଜୁଳି, ଅଁଳା, ଚମ୍ପା ଏବଂ ଅଶୋକ ଭଳି ଅନେକ ମୂଲ୍ୟବାନ ଚାରାଗଛ ଲଗାଯାଇଥିଲା। ଏହାସହିତ ଛାତ୍ରଛାତ୍ରୀମାନେ ପ୍ଲାକାର୍ଡ ଓ ବ୍ୟାନର ସହ ଏକ ସଚେତନତା ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ଜନସାଧାରଣଙ୍କୁ ବୃକ୍ଷ ରୋପଣର ଆବଶ୍ୟକତା ସମ୍ପର୍କରେ ସଚେତନ କରାଇଥିଲେ।

ଆଜି ଅନ୍ତିମ ଦିବସରେ ବିଦ୍ୟାଳୟର ସଭାପତି ରବୀନ୍ଦ୍ର କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଏକ ସଭା ଆୟୋଜିତ ହୋଇଥିଲା। ଏଥିରେ ଉଦ୍‌ଘାଟକ ଭାବେ ସମାଜସେବୀ ରାମଚନ୍ଦ୍ର ଶୁକ୍ଳ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଧରିତ୍ରୀ ମାତାଙ୍କ ବନ୍ଦାପନା କରିଥିଲେ। ମୁଖ୍ୟ ଅତିଥି ଭାବେ ଡ଼. ଅଜୟ କୁମାର ଲେଙ୍କା, ମୁଖ୍ୟବକ୍ତା ଭାବେ ପ୍ରଫେସର ବସନ୍ତ କୁମାର ନାୟକ, ସମ୍ମାନିତ ବକ୍ତା ଭାବେ ପ୍ରାଧ୍ୟାପକ ପବିତ୍ର କୁମାର ମହାଲା ଏବଂ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ କାହ୍ନୁଚରଣ ସାହୁ ଯୋଗ ଦେଇଥିଲେ। ଅତିଥିମାନେ ବନ ମହୋତ୍ସବର ମହତ୍ତ୍ୱ ଓ ପରିବେଶ ସୁରକ୍ଷା ଉପରେ ଛାତ୍ରଛାତ୍ରୀମାନଙ୍କୁ ବହୁମୂଲ୍ୟ ଉପଦେଶ ଦେଇଥିଲେ।

କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ହେମନ୍ତ କୁମାର ଜେନା ସ୍ୱାଗତ ଭାଷଣ ଦେଇଥିବା ବେଳେ ‘ଉଦୀୟମାନ ସବୁଜ ବାହିନୀ’ର ସମ୍ପାଦକ ତାପସ କୁମାର ସ୍ୱାଇଁ ଅତିଥି ପରିଚୟ ଏବଂ ‘ଉଦୀୟମାନ ମହିଳା ସଂଗଠନ’ର ସମ୍ପାଦିକା ଅରୁଣୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

ସଭା ଶେଷରେ ବିଦ୍ୟାଳୟ ପରିସରରେ ଅତିଥି, ଗୁରୁଜୀ, ଗୁରୁମା ଓ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ବ୍ୟାପକ ଫୁଲ, ଫଳ ଓ ଔଷଧୀୟ ଚାରା ରୋପଣ କରାଯାଇଥିଲା। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ପରିବେଶ କର୍ମୀ ଅନିଲ କୁମାର ଦାସ, ପ୍ରଭୁଲାଲ ମାରୁ, କ୍ଷୀରୋଦ ଚନ୍ଦ୍ର ଦାଶ, ବିନୋଦ ରଥ, ବିପନ କୁମାର ବେହେରା, ଶ୍ରୀକାନ୍ତ ସିଂ, ଅନିଲ କୁମାର ପାତ୍ର, ସୁବାଷ କୁମାର, ସରସ୍ୱତୀ ସିଂ ଏବଂ ରାଧାରାଣୀ ରଥ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଆଗାମୀ ବର୍ଷା ଋତୁର ୩ ମାସ ଧରି ବିଭିନ୍ନ ସ୍ଥାନରେ ଏହିପରି ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଜାରି ରହିବ ବୋଲି ମହିଳା ସଂଗଠନର କାର୍ଯ୍ୟକାରୀ ସଭାନେତ୍ରୀ ଗାୟତ୍ରୀ ରାଉତ ସୂଚନା ଦେଇଛନ୍ତି।

Related posts

ଦେଶରେ କରୋନ ମୃତ୍ୟୁ ୧୨ଶହ ଟପିଲା

mahabharatanews

କରୋନା ଭାଇରସରୁ ରକ୍ଷା ପାଇଁ ହ୍ୟାଣ୍ଡ ସାନିଟାଇଜର କେତେ ପ୍ରଭାବୀ ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

mahabharatanews

ଆଜିଠାରୁ ୩ ଦିନ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ

mahabharatanews