ଓଡିଶା

ଟେମରିମାଲ ଜଙ୍ଗଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ବରଗଡ: ବରଗଡ ଜିଲ୍ଲା ପାଇକମାଲ ଅନ୍ତର୍ଗତ ଟେମରିମାଲ ଜଙ୍ଗଲରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଯୁବତୀ ହେଲେ ଟେମରିମାଲ ଗାଁର ଲୋଭାବତୀ ଏଣ୍ଡଜା । ୩ ଦିନ ଧରି ନିଖୋଜ ଥିଲେ ଲୋଭାବତୀ । ଯୁବତୀଙ୍କୁ ହତ୍ୟା କରାଯାଇ ଜଙ୍ଗଲରେ ଫିଙ୍ଗା ଯାଇଥିବା ପାଇକମାଳ ଥାନାରେ ଏତଲା ଦିଆଯାଇଛି । ଘଟଣା ସ୍ଥଳରେ ପଦ୍ମପୁର ଏସ୍ଡିପିଓ ପ୍ରଦୀପ ସାହୁ, ପାଇକମାଲ ଥାନା ଇନ୍ସପେକ୍ଟର ମନବୋଧ ବିଶ୍ୱାଳ ପ୍ରମୁଖ ପହଁଚି ଘଟଣା ତଦନ୍ତ କରିଛନ୍ତି ।

ସୂଚନା ଅନୁଯାୟୀ ମୃତ ଯୁବତୀ ଲୋଭାବତୀ ଗତ ୩ଦିନ ତଳେ ଘରୁ ନିଖୋଜ ହୋଇ ଯାଇଥିଲେ । ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରି ଥିଲେ ମଧ୍ୟ ତାଙ୍କ ପତ୍ତା ମିଳି ନ ଥିଲା । ତେବେ ଅ ।ଜି ଗାଁ ନିକଟ ଜଙ୍ଗଳରେ ଯୁବତୀଙ୍କ ମୃତଦେହ ପଡିଥିବା ଦେଖି ପରିବାର ଲୋକେ ଥାନାକୁ ଖବର ଦେଇଥିଲେ । ପୋଲିସ ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରୁଛ । କେଉଁ କାରଣରୁ ଓ କାହିଁକି ଯୁବତୀଙ୍କୁ ହତ୍ୟା କରାଯାଇଛି ତାହା ଅସ୍ପଷ୍ଟ ରହିଛି ବୋଲି ଏସ୍ଡିପିଓ କହିଛନ୍ତି । ତେବେ ଯୁବତୀଙ୍କ ମୁଣ୍ଡ ଓ ହାତରେ ଅ ।ଘାତ ଥିବା ବେଳେ ମାରଣସ୍ତ୍ର ଦ୍ୱାରା ହତ୍ୟା କରାଯାଇଥିବା ପୋଲିସ ଅନୁମାନ କରୁଛି । ସେପଟେ ଯୁବତୀଙ୍କ ଅର୍ଦ୍ଧ ନଗ୍ନ ଶବକୁ ଦେଖି ତାଙ୍କୁ ଦୁଷ୍କର୍ମ ହୋଇପାରେ ବୋଲି ଅଭିଯୋଗ ହୋଇଛି । ପୋଲିସ ଏହାକୁ ଖଣ୍ଡନ କରିଛି, ପୋଷ୍ଟ ମାର୍ଟମ ରିପୋର୍ଟ ମିଳିବା ପରେ ଦୁଷ୍କର୍ମ ହୋଇଛି କି ନାହିଁ ତାହା ଜଣାପଡିବ ବୋଲି ଏସ୍ଡିପିଓ କହିଛନ୍ତି । ଅନ୍ୟପଟେ ଅନୁସନ୍ଧାନୀ କୁକୁର ଟିମ ଓ ସାଇଣ୍ଟିଫିକ ଟିମ ଘଟଣାର ତଦନ୍ତ କରିବେ ବୋଲି ପୋଲିସ ସୂଚନା ଦେଇଛି ।

Related posts

ଆଜି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

mahabharatanews

ଡ୍ୟାମରେ ଗାଧୋଇବା ବେଳେ ଭାସିଗଲେ ଯୁବକ

mahabharatanews

ଲାଇସେନ୍ସ ପ୍ରାପ୍ତ ସରକାରୀ ମଦଭାଟି ଉପରେ ଚଢାଉ, ୩ ଭାଟି କର୍ମଚାରୀ ଅଟକ

mahabharatanews