ଓଡିଶା

ଟ୍ରକ ଧକ୍କାରେ ଜଳିଗଲା ଟ୍ୟାଙ୍କର

(ମହାଭାରତ, ରାୟଗଡା): ରାୟଗଡା ମଝିଘରିଆଣି ମନ୍ଦିର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଠାରେ ଏକ ଟ୍ରକ ଓ ଏସିଡ ବୋଝେଇ ଟ୍ୟାଙ୍କର ଧକ୍କା ହେବା ପରେ ଟ୍ୟାଙ୍କରରେ ନିଆଁ ଲାଗିଯାଇଥିଲା । ଗତ ବୁଧବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, ମୁମ୍ବାଇରୁ ଜେକେପୁର କାଗଜକଳକୁ ହାଇଡ୍ରୋଜେନ ପାରାକ୍ସାଇଡ ଏସିଡ ନେଇ ଆସୁଥିବା ଟ୍ୟାଙ୍କର ମଝିଘରିଆଣି ମନ୍ଦିର ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା । ବିପରୀତ ଦିଗରୁ ଆସୁଥିବା ଏକ ଲୁହାପଥର ବୋଝେଇ ଟ୍ରକ ସହ ଟ୍ୟାଙ୍କରଟିର ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ହିଁ ଟ୍ୟାଙ୍କରଟି ଜଳି ଯାଇଥିଲା । ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଏହି ଦୁର୍ଘଟଣାରେ ଟ୍ୟାଙ୍କର ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି ।

Related posts

ଶତାଧିକ ଲୋକଙ୍କ ସୁଖ, ଦୁଃଖ ବିଭିନ୍ନ ସମସ୍ୟା ପଚାରି ବୁଝିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

mahabharatanews

ରେଭେନ୍ସା ପିକ୍ନିକ୍ ବସ ଦୁର୍ଘଟଣାଗ୍ରସ୍ତ, ୩୫ ଛାତ୍ରଛାତ୍ରୀ ଆହତ

mahabharatanews

କରୋନାସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଭିମସାରର ୧୫ ଜଣଙ୍କୁ ସଂଗରୋଧରେ ରହିବାକୁ ନିର୍ଦ୍ଦେଶ

mahabharatanews