ଓଡିଶା

ଟ୍ରାକ୍ଟରକୁ ଉଦ୍ଧାର କରିବାକୁ ଯାଇ ଫସିଲା ଜେସିବି

ରଜନୀକାନ୍ତ ପାତ୍ର/ ହିଞ୍ଜିଳି: ବେଲଗୁଣ୍ଠା ନିକଟସ୍ଥ ଠେଙ୍ଗାଧରା ବଡ ନଦୀରେ ଏକ ଟ୍ରାକ୍ଟର ଓ ଏକ ଜେସିବି ମେସିନ ଅଧା ବୁଡ଼ି ଥିବା ଅବସ୍ଥାରେ ଦେଖିବାକୁ ମିଳିଛି । ପହଣ୍ଡାରୁ ନିୟମିତ ବାଲି ମାଫିଆମାନେ ରାଜସ୍ୱ ଠକି ବାଲି ଚୋରି କରିଆସୁଥିଲେ । ଏଇ ଗାଡି ଦୁଇଟି ବାଲି ଚୋରି କରୁଥିଲେ ନା ଅନ୍ୟ କୌଣସି କାମରେ ଯାଇ ନଦୀରେ ଫସିଛି ତାହା ତଦନ୍ତ ପରେ ଜଣାପଡ଼ିବ ।

ମିଳିଥିବା ସୂଚନା ଅନୁଯାୟୀ, ଟ୍ରାକ୍ଟରଟି ନଦୀ ପାର ହେଉଥିବା ବେଳେ ହଠାତ୍ ବଡ ନଦୀରେ ପାଣିର ସୁଅ ଆସିଥିଲା । ଫଳରେ ଟ୍ରାକ୍ଟରଟି ବାହାରକୁ ଆସିପାରିନଥିଲା । ନଦୀ ହୁଡ଼ା କାମରେ ନିୟୋଜିତ ଥିବା ଜେସିବି ଡ୍ରାଇବର ଟ୍ରାକ୍ଟରକୁ ଉଦ୍ଧାର କରିବା ପାଇଁ ନଦୀ ଭିତରକୁ ଯାଇ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ବେଳେ ଜେସିବିଟି ମଧ୍ୟ ଫସିଯାଇଥିଲା । ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ଟ୍ରାକ୍ଟର ଡ୍ରାଇଭର ଓ ମେସିନ ଅପରେଟର ଦୁହେଁ ଗାଡିରୁ ଓହ୍ଲାଇ ନଦୀ କୂଳକୁ •ଲିଆସିଥିଲେ । ଟ୍ରାକ୍ଟରଟି ନଦୀ ଭିତରେ ବୁଡିଯାଇଥିବା ବେଳେ ଜେସିବିଟି ଅଧା ବୁଡିଯାଇଥିବା ଜଣାପଡିଛି । ପାଣି କମିଲା ପରେ ଗାଡି ଦୁଇଟି ଉଦ୍ଧାର ହୋଇପାରିବ ବୋଲି ଜଣାପଡିଛି । ଖବର ପାଇ ବେଲ୍ଲଗୁଣ୍ଠା ଅତିରିକ୍ତ ତହସିଲଦାର ଧରଣୀ ଧର ବେହେରା ଘଟଣା ଜାଗାକୁ ଯାଇ ଗାଡି ଦୁଇଟି କାହାର ଓ କେଉଁ ଉଦେଶ୍ୟ ରେ ନଦୀକୁ ଯାଇଥିଲା ସେ ନେଇ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଥିବା ଜଣାପଡିଛି ।

Related posts

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ଜଣଙ୍କର ମୃତ

mahabharatanews

ଯୁବତୀ ଜୀବନ୍ତଦଗ୍ଧ, କାରଣ ଅସ୍ପଷ୍ଟ

mahabharatanews

ବିଡିଓଙ୍କ ବରଖାସ୍ତକୁ ନେଇ କଲମ ଛାଡ ଆନ୍ଦୋଳନ

mahabharatanews