ଓଡିଶା

ବିଡିଓଙ୍କ ବରଖାସ୍ତକୁ ନେଇ କଲମ ଛାଡ ଆନ୍ଦୋଳନ

(ମହାଭାରତ, ବୌଦ୍ଧ): ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗାଇଡ ଲାଇନ ନ ମାନିବା ଅଭିଯୋଗରେ ମଙ୍ଗଳବାରା ବୌଦ୍ଧ ଜିଲ୍ଲା ହରଭଙ୍ଗା ବିଡିଓ ରବୀନ୍ଦ୍ର ଶତପଥୀଙ୍କୁ ରାଜ୍ୟ ସରକାର ସପପେଣ୍ଡ କରିଥିଲେ । କିନ୍ତୁ ଏହାର ପ୍ରତିବାଦ କରିବାକୁ ଯାଇ ବ୍ଲକ କର୍ମଚାରୀ କଲମ ଛାଡ ଆନ୍ଦୋଳନ କରିଛନ୍ତି । ତୁରନ୍ତ ବିଡିଓଙ୍କ ବହିଷ୍କାର ନିଷ୍ପତ୍ତି ପ୍ରତ୍ୟାହାର ସହ ତାଙ୍କୁ ପୁନଃ ନିଯୁକ୍ତି ଦେବାକୁ କର୍ମଚାରୀମାନେ ଦାବି କରିଛନ୍ତି । କର୍ମଚାରୀମାନେ ନିଜ ଜିଦରେ ଅଟଳ ରହିଛନ୍ତି । ଫଳରେ ବ୍ଲକରେ ସମସ୍ତ କାର୍ଯ୍ୟ ଠପ୍ ହୋଇଯାଇଛି ।
ତେବେ ବିଡିଓଙ୍କ ସସପେଣ୍ଡକୁ ସ୍ଥାନୀୟ ଲୋକେ ବିରୋଧ କରିଥିବା ମଧ୍ୟ ଦେଖାଯାଇଛି । କିଛି ସ୍ଥାନୀୟ ଲୋକେ ମଙ୍ଗଳବାର ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଦାବି ପୂରଣ ନହେବା ଯାଏ ରାସ୍ତାରୋକ ଚାଲୁ ରହିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି । ଉକ୍ତ ବିଡିଓଙ୍କୁ ଜାଣି ଶୁଣି ରାଜ୍ୟ ସରକାର ସସ୍ପେଣ୍ଡ କରିଥିବା ସେମାନେ ଅଭିଯୋଗ କରିଛନ୍ତି । ବୌଦ୍ଧ ଏଡିଏମ ସୂର୍ଯ୍ୟନାରାୟଣ ଦାଶ ଆନ୍ଦୋଳନକାରୀଙ୍କୁ ବୁଝାଇବାକୁ ଉଦ୍ୟମ ଚଳାଇଛନ୍ତି ।

Related posts

ଡେଙ୍ଗୁ ଆତଙ୍କ;  ଖୋର୍ଦ୍ଧାରୁ ୧୪୪୫ ଆକ୍ରାନ୍ତ ଚିହ୍ନଟ

mahabharatanews

ପୂର୍ବତନ କଂଗ୍ରେସ ସାଂସଦ ତଥା ସୁଲେଖକ କାର୍ତ୍ତିକେଶ୍ୱର ପାତ୍ରଙ୍କ ପରଲୋକ

mahabharatanews

୨୧ ଯାଏଁ ଘନକୁହୁଡ଼ି

mahabharatanews

Leave a Comment