ଓଡିଶାଭାରତ

୨.୬ କୋଟି ଲୋକ ଭାରତରେ ଏପର୍ଯ୍ୟନ୍ତ ନେଇନାହାନ୍ତି ଗୋଟିଏ ବି କରୋନା ଟୀକା

(ଦିଲ୍ଲୀ) : କରୋନା ମହାମାରୀକୁ ନିୟନ୍ତ୍ରଣ କରିବାରେ କୋଭିଡ୍‌-୧୯ ଭ୍ୟାକସିନ୍‌ର ପ୍ରାଧାନ୍ୟ ରହିଛି। ଭାରତ ନିଜର ପୂର୍ଣ୍ଣ ଟିକାରକଣ ଅଭିଯାନ ଲକ୍ଷ୍ୟକୁ ହାସଲ କରିବା ଦିଗରେ ବଢିବାରେ ଲାଗିଛି। କିନ୍ତୁ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଏବେ ପର୍ଯ୍ୟନ୍ତ ଦେଶର ପ୍ରାୟ ୨.୬ କୋଟି ଲୋକ କରୋନା ଭ୍ୟାକସିନ୍‌ର ଗୋଟିଏ ବି ଡୋଜ୍ ନେଇ ନାହାନ୍ତି।

ସରକାରଙ୍କ ପକ୍ଷରୁ ରାଜ୍ୟସଭାରେ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପାଓ୍ବାର କହିଛନ୍ତି, ଦେଶର ୮୪.୪ ପ୍ରତିଶତ ବୟସ୍କ ଲୋକ କରୋନାର ଦୁଇଟି ଡୋଜ୍ ନେଇ ସାରିଛନ୍ତି। କିନ୍ତୁ ୨.୬ କୋଟି ଲୋକ ଏଭଳି ଅଛନ୍ତି ଯେଉଁମାନେ ଗୋଟିଏ ବି ଡୋଜ୍ ନେଇ ନାହାନ୍ତି। ସୂଚନାନୁଯାୟୀ , , ୩୦ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ୧୮ ବର୍ଷ ଓ ତାଙ୍କଠାରୁ ଅଧିକ ବୟସ୍କଙ୍କୁ ୭୯.୨୮ କୋଟି(୮୪.୪ ପ୍ରତିଶତ) ଲୋକଙ୍କୁ ଏପର୍ଯ୍ୟନ୍ତ କରୋନା ଭ୍ୟାକସିନ୍‌ର ଦୁଇଟି ଡୋଜ୍ ଦିଆଯାଇ ସାରିଛି।

Related posts

କେଜ୍ରିୱାଲଙ୍କୁ ଅଷ୍ଟମ ସମନ ପଠାଇଲା ଇଡି

mahabharatanews

କରୋନା ସଂକ୍ରମଣ ଆଶଙ୍କାରେ ଜିଲ୍ଲାବାସୀ

mahabharatanews

ବିଳମ୍ବିତ ରାତି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ 

mahabharatanews