ଓଡିଶା

ଟ୍ରାକ୍ଟର ଚକା ତଳେ ପଡି ୫ ମାସ ଶିଶୁ କନ୍ୟା ମୃତ

(ସତ୍ୟ ନାରାୟଣ ପାଲ/ ରାଇରଙ୍ଗପୁର): ମୟୂରଭଂଜ ଜିଲ୍ଲାର ତିରିଂ ଥାନା ଅନ୍ତର୍ଗତ ବହଳଦା ବ୍ଲକର ଅସନା ପଞ୍ଚାୟତର ଭିତରଆମଦା ଗାଁରେ ଟ୍ରାକ୍ଟର ଚାପାରେ ଜଣେ ୫ମାସ ଶିଶୁ କନ୍ୟାର ମୃତ୍ୟୁ ଘଟିଛି । ପ୍ରକାଶ ଥାଉକି ବହଳଦା ବ୍ଲକର ଝରାଡିହି ଅଂଚଳର ଅଶ୍ରୁଘାଟି ଗାଁର ସିଦ ହେମ୍ବ୍ରମ ପରିବାର ତାଙ୍କର ଶଶୁର ଘର ଭିତର ଆମଦାନୀ ଗାଁ କୁ ଯାଇ ଲକଡାଉନ୍ ପାଇଁ କିଛି ଦିନ ରହିଥିଲେ । ତାଙ୍କର ଶଶୂର ଘର ବାଡ଼ିରେ ଜଣେ ଦୁଇ ଦିନ ହେଲା ଟ୍ରାକ୍ଟର ରଖିଥିଲେ । ସୋମବାର ସକାଳୁ ସିଦ ହେମ୍ବ୍ରମର ସ୍ତ୍ରୀ ମାୟା ହେମ୍ବ୍ରମ ନିଜ ବାଡ଼ିରେ ଥିବା ଛୋଟ ଗାଡ଼ିଆରେ ଘରର ବାସନ ଓ ଲୁଗାପଟା ସଫା କରିବା ପାଇଁ ଯାଇଥିଲେ । ନିଜର ୫ମାସର କୁନି ଝିଅକୁ କିଛି ଦୂରରେ କନ୍ଥା ଓ କପଡ଼ାରେ ଶୋଇ ଦେଇଥିଲେ । ଟ୍ରାକ୍ଟର ସକାଳୁ ଆସି କାମ କରିବା ପାଇଁ ଟ୍ରାକ୍ଟରକୁ ଷ୍ଟାର୍ଟ କରି ପଛେଇ ପଛେଇ ନେଇ କାମ ସ୍ଥାନକୁ ବାହାରି ଥିଲା ।କିଛି ଦୂରରେ କନ୍ଥା ଓ ଲୁଗାପଟା ପଡ଼ିଥିଲା ଦେଖିଥିଲା । କିନ୍ତୁ ତାରି ଭିତରେ ଛୂଆଟି ଶୋଇଥିବା ଲକ୍ଷ୍ୟ କରି ନ ଥିଲା ଓ ଟ୍ରାକ୍ଟର ଚଲାଇ ଦେଇଥିଲା । ହଠାତ୍ ମା’ଲୁଗା ସଫା କରୂଥିବା ବେଳେ ପିଲାଟିର ମୁଣ୍ଡ ଟ୍ରାକ୍ଟର ଚକାତଳେ । । ସଙ୍ଗେ ସଙ୍ଗେ ଆର୍ତ୍ତ ଚିତ୍କାର କରିଥିଲେ । ପରେ ୧୦୮ ଆମ୍ବୁଲାନ୍ସରେ ରାଇରଙ୍ଗପୁର ହସ୍ପିଟାଲକୁ ଆଣିଥିଲେ । ଡ଼ାକ୍ତର ମୃତ ଘୋଷଣା କରିଥିଲେ । ଟ୍ରାକ୍ଟର ଡ୍ରାଇଭର ଦୁର୍ଘଟଣା ଘଟାଇ ଖସି ପଳାଇ ଯାଇଥିଲା ।ପରେ ପୋଲିସ ଘଟଣାସ୍ଥଳରେ ପହଂଚି ଟ୍ରାକ୍ଟର ଜବତ କରି ଘଟଣାର ତଦନ୍ତ କରୁଛନ୍ତି । ଏନେଇ ପୁଲିସ ଏକ ମାମଲା ରୁଜୁ କରିଛି ।

Related posts

ବାଦ ପଡିଥିବା ୨୨% ମହିଳାଙ୍କୁ ଆସନ୍ତା କାଲି ମିଳିବ ‘ସୁଭଦ୍ରା’ ଟଙ୍କା

mahabharatanews

ବେଆଇନ୍ ବାଲି ଚାଲାଣ: ୯ଟି ବାଲି ବୋଝେଇ ଟ୍ରାକ୍ଟର ଜବତ

mahabharatanews

ବଲାଙ୍ଗୀର ଅଗ୍ରସେନ ଭବନ ରେ ଧୁମ ଧାମ ରେ ପାଳନ ହେଲା ମହାବୀର ଜୟନ୍ତୀ

mahabharatanews