Uncategorized

ସିକିମରେ ପ୍ରବେଶ କରି ପାରିନାହିଁ କରୋନା

ନୂଆଦିଲ୍ଲୀ: ଦେଶରେ ପ୍ରତ୍ୟହ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କିନ୍ତୁ ଏପର୍ଯ୍ୟନ୍ତ ଦେଶର ଏମିତି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ରହିଛି ଯେଉଁଠାରେ କରୋନା ପ୍ରବେଶ କରି ପାରି ନାହିଁ । ସେହି ରାଜ୍ୟ ହେଉଛି ସିକିମ ଓ ଲକ୍ଷାଦ୍ୱୀପ । ବର୍ତ୍ତମାନ ସୁଦ୍ଧା ସିକିମ୍‌ ଏବଂ ଲାକ୍ଷାଦ୍ୱୀପରେ କୌଣସି କରୋନା ସଂକ୍ରମିତ ଚିହ୍ନଟ ହୋଇ ନାହାଁନ୍ତି। କାରଣ ସମୟ ଥାଇ ରାଜ୍ୟ ସରକାର ସମସ୍ତ ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରି ନେଇଥିଲା ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସିକିମ୍‌ ରାଜ୍ୟ ସରକାର ପର୍ୟ୍ୟଟନ ଶିଳ୍ପକୁ ଅକ୍ଟୋବର ପର୍ୟ୍ୟନ୍ତ ବନ୍ଦ ରଖିବାକୁ ଯୋଜନା କରିଛନ୍ତି। ରାଜ୍ୟରେ ମାର୍ଚ୍ଚ ୫ରୁ ବିଦେଶୀ ପର୍ୟ୍ୟଟକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି । ସେହିପରି ମାର୍ଚ୍ଚ ୧୭ଠାରୁ ଘରୋଇ ପର୍ୟ୍ୟଟକଙ୍କ ଉପରେ କଟକଣା ଲଗାଯାଇଥିଲା। ଯେଉଁଥି ପାଇଁ ସିକିମ୍‌ର ପଡ଼ୋଶୀ ରାଜ୍ୟ ଆସାମ, ତ୍ରିପୁରା ଏବଂ ମେଘାଳୟରେ କରୋନା ସଂକ୍ରମଣ ହୋଇଥିବା ବେଳେ ସିକିମ ଏଥିରୁ ବାଦ ପଡିଛି । ସେହିପରି କେରଳ ନିକଟରେ ଥିବା କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷାଦ୍ୱୀପରେ ମଧ୍ୟ ଏପର୍ୟ୍ୟନ୍ତ କୌଣସି କରୋନା ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇନାହିଁ। ବହୁ କ୍ଷେତ୍ରରେ ଲାକ୍ଷାଦ୍ୱୀପ କେରଳ ଉପରେ ହିଁ ନିର୍ଭର କରିଥାଏ। ତେବେ ଏଠାରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ଶୂନ ରହିଛି।

Related posts

ୟେମେନ: ବାଲାଷ୍ଟିକ ମିସାଇଲ ଆକ୍ରମଣରେ ୭୦ ଯବାନ ମୃତ

mahabharatanews

କାଜାକସ୍ତାନରେ ବିମାନ ଦୁର୍ଘଟଣା, ୧୪ ଯାତ୍ରୀଙ୍କ ମୃତ୍ୟୁ

mahabharatanews

ଟ୍ରମ୍ପଙ୍କୁ ଚାବି ଉପହାର ଦେଇ ସ୍ୱାଗତ କରିବେ ଆଗ୍ରା ମେୟର

mahabharatanews