(ଭୁବନେଶ୍ୱର) : ମୌସୁମୀ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ଏପରିକି ସ୍ୱାଭାବିକ ବର୍ଷା ଠାରୁ ଅଧିକ ପ୍ରତିଶତର ହେଲାଣି ବର୍ଷା । ହେଲେ ଏ ବର୍ଷାର ପରିମାଣ ଏବେ କମିବନି । ଆହୁରି ୨୪ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ଏପରିକି ଆଗାମୀ ୨୪ ଘଣ୍ଟା ପାଇଁ ୧୧ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଝାରସୁଗୁଡା, ବରଗଡ, ସୁନ୍ଦରଗଡ, ସମ୍ବଲପୁର ଜିଲ୍ଲାରେ କିଛି କିଛି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ସୂଚନାନୁଯାୟୀ ,ନୂଆପଡା ବଲାଙ୍ଗୀର , ବୌଦ୍ଧ, ସୋନପୁର, ଅନୁଗୁଳ, ଦେବଗଡ ଏବଂ କେନ୍ଦୁଝର ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଦିଗପହଣ୍ଡି ଦୁର୍ଘଟଣା ପଛର ଚାଞ୍ଚଲ୍ୟକର ତଥ୍ୟ: ୨୫ ବର୍ଷର ଦଦରା ବସ୍, ନଥିଲା ପରମିଟ୍ ମତ୍ସ୍ୟଜୀବୀଙ୍କୁ ଆଗାମୀ ୨୪ ଘଣ୍ଟା ଯାଏଁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।
