ଅପରାଧଓଡିଶା

ଡକାୟତି ଯୋଜନା ପଣ୍ଡ , ମାଡି ବସିଲା ପୋଲିସ

ରାଜଗାଙ୍ଗପୁର ସହରରେ ଡକାୟତି ପାଇଁ ଯୋଜନା କରୁଥିବା ସମୟରେ ରାଜଗାଙ୍ଗପୁର ଥାନା ପୁଲିସ ଚଢ଼ର କରି ୫ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ପୁଲିସ ସେମାନଙ୍କ ଠାରୁ ଗୋଟିଏ ବେଶୀ ବନ୍ଧୁକ, ୩ଟି ଛୁରି, ଲୁହାରଡ଼, ଲଙ୍କାଗୁଣ୍ଡ ପ୍ୟାକେଟ,  ଏବଂ ଡକାୟତି ପାଇଁ ବ୍ୟବହୃତ ସାମଗ୍ରୀ ଜବତ କରିଛି। ଏ ନେଇ ପୁଲିସ୍ ଏକ ମାମଲା ରୁଜୁ କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ ଜରାଯାଇଛି। ପୁଲିସ ସୂଚନା ମୁତାବକ ଗୁରୁବାର ରାତିରେ ଲିପଲୋଇସ୍ଥିତ ଅସ୍ଥାୟୀ ମୂର୍ତ୍ତି ବିସର୍ଜନ ପୋଖରୀ ନିକଟରେ ଏକ ନିଛାଟିଆ ଜାଗାରେ କିଛି ଅସାମାଜିକ ଯୁବକ ଏକାଠି ହୋଇ ଡକାୟତି ପାଇଁ ଯୋଜନା କରୁଥିଲେ। ଅନ୍ୟପଟେ ପୁଲିସ ପାଟ୍ରୋଲିଂ କରିବା ସମୟରେ ବିଶେଷ ସୂତ୍ରରୁ ଏହି ବିଷୟରେ ସୂଚନା ପାଇଥିଲେ। ରାଜଗାଙ୍ଗପୁର ଥାନା ଅଧିକାରୀ ବିଜୟ ଦାଶଙ୍କ ନେତୃତ୍ୱରେ ସବ୍‌ ଇନ୍ସପେକ୍ଟର ଅରୁଣ ବେହେରା, ଏଏସଆଇ ହେମନ୍ତ୍ର ଧାରୁଆ, ପ୍ରଶାକ୍ଷ ସେନାପତି ଘଟଣା ସ୍ଥଳରେ ପହଞ୍ଚି ଅତର୍କିତ ଚଢ଼ର କରିଥିଲେ। ପୁଲିସ ଚଢଉ ବେଳେ ଡକାୟତ ଦଳ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ୫ଜଣ ଡକାୟତଙ୍କୁ ଗିରଫ କରିଛି। ଏଥିସହ ଡକାୟତିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ଲିପଲୋର ଠାରୁ କିଛି ଦୂରରେ ଥିବା ରାଜ୍ୟ ରାଜପଥ ୧୦ ଜାମପାଲି ବାଇପାସ ଠାରେ ଥିବା ଏକ ପେଟ୍ରୋଲ ପମ୍ପ କୁ ଡକାୟତି ପାଇଁ ଯୋଜନା କରୁଥିବା ସ୍ବୀକାର କରିଥିଲେ।

Related posts

ଆଜି ପବିତ୍ର ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀ

mahabharatanews

ପବିତ୍ର ଅକ୍ଷୟତୃତୀୟାରେ ତିନିରଥ ନିର୍ମାଣ ଅନୁକୂଳ

mahabharatanews

ରାଜଧାନୀରୁ ବ୍ରାଉନସୁଗାର ଜବତ

mahabharatanews