ଅପରାଧ

ଡକାୟତି ଯୋଜାନା ପଣ୍ଡ, ୩ ଗିରଫ

(ମହାଭାରତ, ଫୁଲବାଣୀ): ଫୁଲବାଣୀ ଟାଉନ ଥାନା ଅଞ୍ଚଳର ପଟାବାଲି ଛକରେ ବିଳମ୍ବିତ ରାତିରେ ଡକାୟତି ଯୋଜନା କରୁଥିବା ୩ ଜଣଙ୍କୁ ଟାଉନ ଥାନା ପୋଲିସ ପାଟ୍ରୋଲିଂ ଟିମ୍ ଗିରଫ କରିଛି । ପୋଲିସ ସେମାନଙ୍କ କାର ସହିତ ଏକ ପିସ୍ତଲ, ୧୨ଟି ଜୀବନ୍ତ ଗୁଳି, ଗୋଟିଏ ଛୁରୀ, ୩ଟି ମୋବାଇଲ ଏବଂ ନଗଦ ୫ ହଜାର ୩୪୦ ଟଙ୍କା ଜବତ କରିଛି । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣକ ଘର ଫିରିଙ୍ଗିଆ ଥାନା ଅଞ୍ଚଳରେ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ପଶ୍ଚିମବଙ୍ଗର ବାସିନ୍ଦା ବୋଲି ଜଣାପଡିଛି । ପଟାପାଲି ଛକ ରାସ୍ତା ଦେଇ ବହୁ ଗଞ୍ଜେଇ ଚୋରାଚାଲାଣ ଗାଡି ଯାଉଥିବା ବେଳେ ଏହି ଅଭିଯୁକ୍ତମାନେ କିଛି ଗଞ୍ଜେଇ ଚୋରାଚାଲାଣକାରୀଙ୍କ ସହ ମିଶି ଲୁଟ କରିବା ପାଇଁ ଯୋଜନା କରୁଥିଲେ ବୋଲି ପୋଲିସ ସୂଚନା ଦେଇଛି ।

Related posts

ସାମ୍ବାଦିକ ତଥା ଆରଟିଆଇ କର୍ମୀଙ୍କ ହତ୍ୟା

mahabharatanews

ସ୍ୱତନ୍ତ୍ର ଅଦାଲତରେ ତ୍ୱରିତ ବିଚାର ଓ ବଳାତ୍କାରୀଙ୍କୁ ଫାଶୀ ଦିଆଯାଉ : ରାଜ୍ୟ କଂଗ୍ରେସ

mahabharatanews

ଅସହ୍ୟ ହେଲା ମାନସିକ ନିର୍ଯାତନା,ଆତ୍ମହତ୍ୟା କଲେ ନବମ ଶ୍ରେଣୀ ଛାତ୍ର

mahabharatanews