ଓଡିଶା

ସରୋଜିନୀ ଏକଡ଼େମୀର ତୃତୀୟ ବାର୍ଷିକ ଉତ୍ସବ

ଉଦଳା: ଉଦଳା ବ୍ଲକ କୁଣ୍ଡବାଇ ପଞ୍ଚାୟତ ଅଧୀନସ୍ତ ବଳଭଦ୍ରପୁରରେ ଥିବା ସରୋଜିନୀ ଏକାଡେମୀର ବାର୍ଷିକ ଉତ୍ସବ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବିଧାୟକ ଭାସ୍କର ମଢେଇ, ମୟୁରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁ ଏହି ଉତ୍ସବକୁ ଉଦଘାଟନ କରିଥିଲେ । ଗ୍ରାମାଞ୍ଚଳରେ ଏହିପ୍ରକାର ଅନୁଷ୍ଠାନ ପ୍ରତିଷ୍ଠା କରି ପରି·ଳନା କରିବା ଉଦ୍ୟମକୁ ଅତିଥିମାନେ ପ୍ରଶଂସା କରିବା ସହିତ ଅ ।ଗାମୀ ଦିନରେ ଉପାନ୍ତ ଅଞ୍ଚଳରେ ଶିକ୍ଷାର ବିକାଶ ଦିଗରେ ସହାୟକ ହେବ ବୋଲି ସାଂସଦ ମତ ରଖିଥିଲେ, ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ, ବିଜେପି କୁଣ୍ଡବାଇ ମଣ୍ଡଳ ସଭାପତି ଗୌରାଙ୍ଗ ଦେହୁରୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ସହିତ ସବିତା ହାଁସଦା ପ୍ରମୁଖ ଉପସ୍ଥିତ ରହିଥିଲା ବେଳେ ଏକାଡେମୀର ସମସ୍ତ ଛାତ୍ର ଛାତ୍ରୀ ଓ ଅଭିଭାବକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଏକାଡେମୀର ପ୍ରତିଷ୍ଠାତା ତପନ ମହାନ୍ତଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପରି·ଳନା କରାଯାଇଥିଲା । ସଭା ଶେଷରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଏକାଡେମୀର ପ୍ରାଙ୍ଗଣରେ ଦୁଇଗୋଟି ବୃକ୍ଷରୋପଣ କରାଯାଇଥିଲା ।

Related posts

ଚାଲିଛି ଗୁପ୍ତ ଉପଚାର, ଆଜି ଶ୍ରୀ ଅଙ୍ଗ ଫିଟା ନୀତି

mahabharatanews

ଓଜେଇଇ ପରୀକ୍ଷା ଫଳ ଅକ୍ଟୋବର ୩୧ରେ ପ୍ରକାଶ ପାଇବ

mahabharatanews

ଅଗ୍ନିକାଣ୍ଡରେ ୩ ବଖରା ଗୃହ ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ

mahabharatanews