ନୂଆଦିଲ୍ଲୀ: ଜାପାନ ସମୁଦ୍ର କୂଳରେ ଅଟକି ରହିଥିବା ଡାଇମଣ୍ଡ ପ୍ରିନ୍ସେସ କ୍ରୁଜର ୨ ଭାରତୀୟ କ୍ରୁ ସଦସ୍ୟଙ୍କ ପରୀକ୍ଷାରେ କୋରୋନ।। ଭୂତାଣୁ ମିଳିଥିବା ଆଜି ବିଦେଶ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସୂଚନା ଦେଇଛନ୍ତି । ଟୋକିଓରେ ଅବସ୍ଥାପିତ ଭାରତୀୟ ରାଜଦୂତ ସମସ୍ତ ଆବଶ୍ୟକୀୟ ସହଯୋଗ ଯୋଗାଇ ଦେଉଛି । ଟୋକିଓରେ ଥିବା ଆମ ଭାରତୀୟ ରାଜଦୂତ ଡାଇମଣ୍ଡ ପ୍ରିନ୍ସେସ କ୍ରୁଜରେ ଥିବା କ୍ରୁ ଓ ଯାତ୍ରୀଙ୍କ ଯୋଗାଯୋଗରେ ରହିଛନ୍ତି ଜାପାନର ୟୋକୋହାମା ଠାରେ । ସମସ୍ତ ଆବଶ୍ୟକୀୟ ସହଯୋଗ ଓ ସହାୟତା ଯୋଗାଇ ଦିଆଯାଉଛି । ବୈଦେଶିକ ମନ୍ତ୍ରୀ ଟୁଇଟ କରି ଜଣାଇଛନ୍ତି ‘କ୍ରୁଜରେ ଥିବା ଦୁଇ ଭାରତୀୟ କ୍ରୁ ସଦସ୍ୟଙ୍କ ପରୀକ୍ଷାରେ କୋରୋନା ଭୂତାଣୁ ମିଳିଛି । ଏହାକୁ ନେଇ ଆମେ ଆପଣଙ୍କୁ ଆଗକୁ ଅବଗଗତ କରାଉଥିବୁ ।
ସୂଚନାଯୋଗ୍ୟ, ଡାଇମଣ୍ଡ ପ୍ରିନ୍ସେସ କ୍ରୁଜରେ ୩୭୧୧ ଜଣ ଫସି ରହିଛନ୍ତି । ସେମାନଙ୍କ ମଧ୍ୟରେ ୨୬୬୬ ଯାତ୍ରୀ ଥିବା ବେଳେ ୧୦୪୫ ଜଣ କ୍ରୁ ସଦସ୍ୟ ରହିଛନ୍ତି । ଫେବୃଆରୀ ୩ ତାରିଖରୁ ଜାପ।।ନ ଉପକୂଳରେ କ୍ରୁଜଟି ଫସି ରହିଛି ଓ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ତାହା ସେଠାରେ ରହିବ । ସେମାନଙ୍କ ମଧ୍ୟରୁ ୨୧୮ ଜଣ କୋରୋନା ଭୂତାଣୁ ସଂକ୍ରମିତ ଥିବା ଗୁରୁବାର ଦିନ ଏନଏଚକେ ୱ।।ଲ୍ଡ ରିପୋଟରେ ସୂଚନା ଦିଆଯାଇଛି ।
