ଓଡିଶା

ଡାକ୍ତରଙ୍କୁ ଦୁର୍ବ୍ୟବହାର: ଜଣେ ଅଟକ

ବରି: ସାରା ବିଶ୍ୱରେ ମହାମାରୀ କରୋନ ମୁକାବିଲା ଏକ ବଡ ଚ୍ୟାଲେଞ୍ଜ ହୋଇ ଉଭା ହୋଇଛି । ଏହି ଦୁର୍ବିପାକ ସମୟରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କ ନିସ୍ୱର୍ଥପର ସେବା ପାଇଁ ସେମାନଙ୍କୁ ଯୋଦ୍ଧା ଭାବେ ସରକାର ଘୋଷଣା କରିଛନ୍ତି । କିନ୍ତୁ ଏହି ଯୋଦ୍ଧାଙ୍କ ସହ ଦୁର୍ବ୍ୟବହାର, ମାଡ, ଆକ୍ରମଣ ପରି ଘଟଣା ବୃଦ୍ଧି ପାଉଛି । ଆଜି ବରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ଜଣେ କାର୍ୟ୍ୟରତ ଡାକ୍ତର ଡାକ୍ତର ସୁଶିଲ କୁମାର ମହାପାତ୍ରଙ୍କୁ ଜଣେ ଯୁବକ ଦୁର୍ବ୍ୟବହାର ଓ ଧମକ ଚମକ ଦେବା ପରି ଘଟଣା ଦେଖିବାକୁ ମିଳିଛି ।

ମହାକାଳପଡ଼ା ପଞ୍ଚାୟତର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଯାଇଥିବା ବେଳେ ଡାକ୍ତର ସୁଶିଲ କୁମାର ମହାପାତ୍ର ଓ ଅନ୍ୟ ସ୍ବାସ୍ଥ୍ୟ କର୍ମୀ । ସେଠାରେ ସେହି ଗ୍ରାମର ଶିବପ୍ରସାଦ ଦାସ (୩୦) ଡାକ୍ତର ଙ୍କ ସହ ଅନ୍ୟ କର୍ମାଚାରୀ ମାନଙ୍କୁ ଦୁର୍ବ୍ୟବହାର କରିବା ସହ ଧମକ ଦେଇଥିଲେ । ଏହି ଘଟଣାକୁ ନେଇ ଡାକ୍ତର ବରୀ ରାମଚନ୍ଦ୍ର ପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଏହା ପରେ ଘଟଣାକୁ ଗୁରୁତ୍ବର ସହ ନେଇ ବରୀ ଥାନା ପକ୍ଷରୁ ଅଭିଯୁକ୍ତ ଜଣକୁ ଥାନାରେ ଅଟକ ରଖିଥିବା ଜଣାପଡିଛି।

Related posts

କୋଭିଡ-୧୯ ଲଢେଇରେ ଏନଟିପିସି, କଣିହାଁର ସକରାତ୍ମକ ପଦକ୍ଷେପ

mahabharatanews

ଶ୍ରୀଜିଉ ଦର୍ଶନଙ୍କ ନେଇ ହଟିପାରେ ରବିବାର କଟକଣା

mahabharatanews

ସୂର୍ଯ୍ୟପରାଗରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ

mahabharatanews