ଓଡିଶା

ବରୀ ଥାନା ପକ୍ଷରୁ କରୋନା ସଚେତନତା କାର୍ୟ୍ୟକ୍ରମ

ବରୀ: ବିଶ୍ୱରେ ମହାମାରୀ କରୋନାକୁ କିପରି ମୁକାବିଲା କରିବା, ସେଥିପାଇଁ ଲୋକମାନଙ୍କୁ ସଚେତନ କରାଇବାକୁ ଆଗେଇ ଆସିଛି ପୋଲିସ ବିଭାଗ । ଆଜି ବରୀ ରାମଚନ୍ଦ୍ର ପୁର ଥାନା ପକ୍ଷରୁ ଥାନା ଅଧିକାରୀ ମାର୍କଣ୍ଡ ମିଶ୍ରଙ୍କ ନେତୃତ୍ୱରେ ବରୀ ମୁଖ୍ୟ ବଜାର ପେଟ୍ରୋଲ ପମ୍ପ ନିକଟରେ ଏକ କରୋନା ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାମାଜିକ ଦୂରତା ମାନିବା, ମାସ୍କ ବ୍ୟବହାର ଆଦି ପଦକ୍ଷେପ ଆପଣେଇ କରୋନାକୁ ଦୂର କରାଯାଇ ପାରିବ ବୋଲି ସଚେତନତା ସୃଷ୍ଟି କରାଯାଇଛି । ବରୀ ପେଟ୍ରୋଲ ପମ୍ପ ଠାରୁ ବରୀ ମାଉଣ୍ଟ ପର୍ୟ୍ୟନ୍ତ ପଦଯାତ୍ରା କରି ଲୋକ ମାନଙ୍କୁ ସଚେତନ କରିଛନ୍ତି ପୁଲିସ କର୍ମଚାରୀ । ଏହି କାର୍ୟ୍ୟକ୍ରମରେ ବରୀ ଥାନା ପକ୍ଷରୁ ଏସ ଆଇ ନାରାୟଣ ପ୍ରସାଦ ବେହେରା, ଏ ଏସ ଆଇ ପ୍ରତାପ ଚନ୍ଦ୍ର ଗଡ଼ନାୟକଙ୍କ ସମେତ ଥାନାରେ କାର୍ୟ୍ୟରତ ହାବିଲଦାର, କନଷ୍ଟେବଳ , ହୋମଗାର୍ଡ ଗୃହରକ୍ଷୀମାନେ ଲୋକମାନଙ୍କୁ ସଚେତନ କରିଥିଲେ। ପ୍ରକୃତ ରେ କରୋନା ଯୋଦ୍ଧା ସାଜିଥିବା ପୋଲିସ ବାବୁଙ୍କ ଏଭଳି ମହତ କାର୍ୟ୍ୟକୁ ବରୀ ବାସୀ ଭୂୟସୀ ପ୍ରଶଂସା କରିଛନ୍ତି ।

Related posts

ସାର ନ ମିଳିବାରୁ ପଞ୍ଚାୟତ ଆଗରେ ଚାଷୀଙ୍କ ହରତାଳ

mahabharatanews

ମତ୍ସ୍ୟଚାଷ କ୍ଷେତ୍ରରେ ଓଡିଶା ହାତେଇଲା ୨ ଜାତୀୟ ପୁରସ୍କାର

mahabharatanews

ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା 

mahabharatanews