ଓଡିଶା

ଡାକ୍ତର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ରଜନୀକାନ୍ତ ପାତ୍ର/ ହିଞ୍ଜିଳି: ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍-୧୯ ଜରୁରୀକାଳୀନ ଡ୍ୟୁଟି ପାଇଁ ରେଗୁଲାର ଡାକ୍ତରଙ୍କ ପାଇଁ ଘୋଷିତ ସାମାଜିକ ସୁରକ୍ଷା ଓ ବୀମା ପ୍ୟାକେଜ୍ ଘୋଷଣା ହୋଇଛି । ଏହି ପ୍ୟାକେଜ୍ରେ ଆୟୁଷ ଡାକ୍ତରଙ୍କୁ ସାମିଲ କରିବାକୁ ତଥା ଇନସେଟିଭ୍ ବାବଦରେ ଦୈନିକ ୧୪୦୦ ଟଙ୍କା ଦେବା ଆଦି ବିଭିନ୍ନ ଦାବିରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ସଂଘ ପକ୍ଷରୁ ସୂଚନା ମିଳିଛି । ଏହି ଦାବିପତ୍ରରେ ଦର୍ଶାଯାଇଛି ଯେ, ଆୟୁଷ ଡାକ୍ତରମାନଙ୍କୁ ଅଣ କୋଭିଡ୍ ସ୍ୱାସ୍ଥ୍ୟସେବାରେ ନିୟୋଜିତ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ ରହିଛି । ମାତ୍ର ଜିଲ୍ଲାରେ ଥିବା କୋଭିଡ୍ କେୟାର ସେଣ୍ଟର ଓ ଡେଡିକେଟେଡ୍ କୋଭିଡ୍ ହେଲଥ୍ ସେଣ୍ଟରରେ ଆୟୁଷ ଡାକ୍ତର କାର୍ୟ୍ୟ କରିବାକୁ ଜିଲ୍ଲା ର ଚିକିତ୍ସାଅଧିକାରୀ ୨୦ ତାରିଖରେ ନିର୍ଦ୍ଦେଶ ଦେଇଛନ୍ତି। ଆୟୁଷ ଡାକ୍ତରମାନଙ୍କୁ ସ୍ଥାୟୀ ନିଯୁକ୍ତି ନ ଦେଇ କେବଳ ଆବଶ୍ୟକ ସମୟରେ କାର୍ୟ୍ୟ ହାସଲ କରାଯାଉଛି । କରୋନା ମହାମାରୀ ସମୟରେ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ସ୍ୱତନ୍ତ୍ର ଆର୍ôଥକ ଓ ସାମାଜିକ ପ୍ୟାକେଜ୍ ଘୋଷଣା କରାଯାଇଥିଲେ ମଧ୍ୟ ଆୟୁଷ ଡାକ୍ତରମାନଙ୍କ ପାଇଁ କିଛି ଘୋଷଣା କରାଯାଇନାହିଁ ବୋଲି କୁହାଯାଇଛି ।

Related posts

ରାଜ୍ୟରେ କରୋନା ସଂକ୍ରମଣ କମିଛି : ୬୩ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

୨୨ରେ ଲଘୁଚାପ ସୃଷ୍ଟି ସମ୍ଭାବନା

mahabharatanews

ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳନ

mahabharatanews