ଓଡିଶା

ଡିସିପି ଅଫିସ ସିଲ

ଭୁବନେଶ୍ୱର: ବାଣୀବିହାରସ୍ଥିତ ଡିସିପି ଅଫିସକୁ ସିଲ କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ଡିସିପି ଅଫିସରର କିଛି କର୍ମଚାରୀ ପଜିଟିଭ ଚିହ୍ନଟ ହେବା ପରେ ବିଏମସି ଏହି ପଦକ୍ଷେପ ନେଇଥିବା ଦକ୍ଷିଣ ପୂର୍ବ ଜୋନାଲର ଡେପୁଟି କମିଶନର ସୂଚନା ଦେଇଛନ୍ତି । ଏହି ବନ୍ଦ ୨ ଦିନ ପାଇଁ ଜାରି ରହିବ ।
ତଥ୍ୟ ଅନୁଯାୟୀ, ୨୦ ଜଣ ଅଧିକାରୀଙ୍କ ସାମ୍ପୁଲ ଆରଟିପିସିଆର ଟେଷ୍ଟ ପାଇଁ ପଠାଯାଇଥିଲା । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଠାରେ ଏହି ମୃତ ଭୂତାଣୁ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କୁ ସେମାନଙ୍କ ଗୃହରେ ସଂଗରୋଧରେ ରଖାଯାଇଛି । ଯଦି ମେଡିକାଲ ସହଯୋଗର ଆବଶ୍ୟକତା ପଡିବ ଡିସିପି ଅଫିସ ପକ୍ଷରୁ ବିଏମସିକୁ ଅବଗତ କରାଯିବ । ଏହି ଦୁଇ ଦିନ ବନ୍ଦ ମଧ୍ୟରେ ଅଫିସକୁ ସାନିଟାଇଜ କରାଯିବ ।
ରାଜ୍ୟରେ କରୋନା ସଂକ୍ରମଣ ପୁଣି ଉପର ମୁହାଁ ହେବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୮୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସ ବର୍ଗର ୧୧୯ ଜଣ ରହିଛନ୍ତି । ଏଥିରେ ଖୋର୍ଦ୍ଧାରୁ ସର୍ବାଧିକ ୨୬୩ ଜଣ ରହିଛନ୍ତି । ରାଜ୍ୟରେ କରୋନା ସ୍ଥିତିକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ । ବୈଠକରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ ।

Related posts

ପୌର ନିର୍ବାଚନ: ୨ରୁ ନାମାଙ୍କନ, ୨୪ରେ ଭୋଟ

mahabharatanews

ପୁଣି ଜଣେ ଛାତ୍ରଙ୍କୁ ରାଗିଂ

mahabharatanews

ବୋଲଗଡରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

mahabharatanews