(ମହାଭାରତ, ବାରିପଦା): ବାରିପଦା ସହରରେ ମଙ୍ଗଳବାର ହୋଲି ଖେଳ ଏଠାରେ ଦୁଇ ଯୁବକଙ୍କ ପାଇଁ କାଳ ସାବ୍ୟସ୍ତ ହୋଇଛି । ହୋଲି ଖେଳ ସରିବା ପରେ ଯୁବକମାନେ ଡ୍ୟାମରେ ଗାଧୋଇବା ବେଳେ ପ୍ରଖର ସୁଅରେ ଭାସି ଯାଇଥିଲେ । ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ବାରିପଦା ସହର କାଳୀ ମନ୍ଦିର ସାହିର ଶିପୁନ ମହାନ୍ତି ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ଦିନ ହୋଲି ଖେଳ ସରିବା ଶିବୁନ ଓ ତାଙ୍କର ସାଙ୍ଗ ରବି ସହର ଠାରୁ ୧୭ କିମି ଦୂର ଜମ୍ଭୀରା ଡ୍ୟାମ୍କୁ ଦିନ ପ୍ରାୟ ୧୨ଟା ବେଳେ ଗାଧୋଇବାକୁ ଯାଇଥିଲେ । ସେଠାରେ ଗାଧୋଇବା ବେଳେ ଡ୍ୟାମର ପ୍ରଖର ସୁଅରେ ଉଭୟେ ଭାସି ଯାଇଥିଲେ । ସ୍ଥାନୀୟ ଲୋକେ ଦୁହିଁଙ୍କୁ ସଂଜ୍ଞାହୀନ ଅବସ୍ଥାରେ ପାଣିରୁ ଉଦ୍ଧାର କରିଥିଲେ । ବହୁ ଚେଷ୍ଟା ପରେ ରବିଙ୍କର ଚେତା ଫେରିଥିବା ବେଳେ ତାଙ୍କ ସାଙ୍ଗ ଶିପୁନଙ୍କର ସଂଜ୍ଞା ଫେରିନଥିଲା । ଫଳରେ ତାଙ୍କୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହୋଲି ଦିନ ଏଭଳି ଏକ ଅଘଟଣ ଘଟିଥିବାରୁ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଥିଲା ।
next post