Uncategorized

ଅନିଲ ଚୌଧୁରୀ ଦିଲ୍ଲୀ, ଡିକେ ଶିବକୁମାର କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ନିଯୁକ୍ତ

ନୂଆଦିଲ୍ଲୀ: ଗୋଟିଏ ପଟେ ମଧ୍ୟ ପ୍ରଦେଶରେ କମଲନାଥ ସରକାର ସଂକଟ ଦେଇ ଗତିକରୁଥିବା ବେଳେ ଆଜି ଦିଲ୍ଲୀ କଂଗ୍ରେସ ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି । ପୂର୍ବତନ ବିଧାୟକ ଅନିଲ ଚୌଧୁରୀଙ୍କୁ ଆଜି ମଧ୍ୟାହ୍ନରେ ଦିଲ୍ଲୀ ପ୍ରଦେଶ କଂଗ୍ରେସ ସମିତିର ଅଧ୍ୟକ୍ଷ କରାଯାଇଛି । ଏଥିସହ ଅଭିଷେକ ଦତ୍ତ, ଜୟକିଶନ, ମୁଦିତ ଅଗ୍ରୱାଲ, ଅଲି ହସନ ଓ ଶିବାନୀ ଚୌପଡାଙ୍କୁ ଦିଲ୍ଲୀ ଉପାଧ୍ୟକ୍ଷ କରାଯାଇଛି । ସେହିପରି କର୍ଣ୍ଣାଟକ ପ୍ରଦେଶ ଅଧ୍ୟକ୍ଷ ଭାବେ ଡିକେ ଶିବକୁମାରଙ୍କୁ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ଏଥିସହ ଇଶ୍ୱର ଖନ୍ଦ୍ରେ, ସତିଷ ଜରକିହୋଲି ଓ ସଲିମ ଅହମଦଙ୍କୁ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ ସମିତିର କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି ।

Related posts

 ପ୍ରଥମ ବର୍ଷାର ବିତ୍ପାତ: ବଜ୍ରପାତରେ ୮୩ ମୃତ

mahabharatanews

କେଶ ଅଧିକ ପାଚୁଛି କି? ମେହେନ୍ଦି ପାଉଡରରେ ମିଶାଇ ଲଗାନ୍ତୁ ଏହି ତେଲ, କେଶ ହେବ ଘନ ଓ କଳା

mahabharatanews

ଦିଲ୍ଳୀରେ ଭୟାବହ ଅଗ୍ନିକାଣ୍ଡ: ୧୫୦୦ କୁଡିଆ ପୋଡି ପାଉଁଶ

mahabharatanews