Uncategorized

ତିହାର ଜେଲରେ ପବନ ଜହ୍ଲାଦର ଫାଶୀ ଅଭ୍ୟାସ

(ନୂଆଦିଲ୍ଲୀ): ନିର୍ଭୟା ମାମଲାର ୪ ଦୋଷୀଙ୍କୁ ମାର୍ଚ୍ଚ ୨୦ ତାରିଖ ସକାଳ ୫ଟାରେ ଫାଶୀ ଦିଆଯିବ । ଏଥିପାଇଁ ତିହାର ଜେଲରେ ପ୍ରସ୍ତୁତି ଶେଷ ହୋଇଛି । ବୁଧବାର ସକାଳେ ପବନ ଜହ୍ଲାଦ ଜେଲରେ ପହଞ୍ଚି ଜେଲ ପ୍ରଶାସନ ଓ ଅଧିକାରୀଙ୍କ ଉପସ୍ଥିତିରେ ଡମି ଫାଶୀ ଦେଇଛନ୍ତି । ଉତ୍ତରପ୍ରଦେଶର ମୀରଟରୁ ପବନ ଆସିବା ବେଳେ ଦିଲ୍ଲୀ ପୋଲିସ ତାଙ୍କୁ ସମସ୍ତ ପ୍ରକାରର ସୁରକ୍ଷା ଯୋଗାଇ ଦେଇଥିଲା । ସେ ଡମି ଫାଶୀ ଦେବା ବେଳେ ପିଡବ୍ଲୁଡିର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ପୂର୍ବରୁ ଏହି ମାମଲାର ଦୋଷୀଙ୍କ ସମସ୍ତ ଆବେଦନକୁ କୋର୍ଟ ଖାରଜ କରିଛନ୍ତି । ରାଷ୍ଟ୍ରପତିଙ୍କ ନିକଟରେ ୪ ଦୋଷୀ କରିଥିବା ରାଜକ୍ଷମା ଆବେଦନ ମଧ୍ୟ ଖାରଜ ହୋଇଛି । ଏହା ମଧ୍ୟରେ ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ ତିନିଥର ଘୁଞ୍ଚି ସାରିଲାଣି । ଏବେ ଫାଶୀ ଖୁଣ୍ଟରୁ ବର୍ତ୍ତିବା ପାଇଁ ଦୋଷୀଙ୍କ ପାଖରେ ଅନ୍ୟ ବିକଳ୍ପ ନଥିବା ମନେହେଉଛି । ସେଥିପାଇଁ ଫାଶୀ ପୂର୍ବରୁ ପବନ ଜହ୍ଲାଦ ବୁଧବାର ତିହାର ଜେଲରେ ପହଞ୍ଚି ୪ ଦୋଷୀଙ୍କୁ ଫାଶୀ ଦେବାର ଅଭ୍ୟାସ କରିଛନ୍ତି । ତାଙ୍କର ଦାଦା କାଲୁ ରାମ କୁଖ୍ୟାତ ଅପରାଧୀ ରାଙ୍ଗା ବିଲ୍ଲାଙ୍କୁ ଫାଶୀ ଦେଇଥିଲେ । ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ପବନ ପୂର୍ବରୁ ମଧ୍ୟ ୨ ଥର ତିହାର ଜେଲ ଆସି ଫାଶୀ ଦେବାର ଅଭ୍ୟାସ କରିଛନ୍ତି ।

Related posts

କୋରୋନା ସମ୍ପର୍କିତ ମିଥ୍ୟା ଖବର ଉପରେ ରୋକ୍ ଲଗାଇବାକୁ ଫେସବୁକର ଉଦ୍ୟମ

mahabharatanews

ଚନ୍ଦ୍ରଭାଗାରେ ବୁଡ ପକାଇବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼

mahabharatanews

କରୋନା ଗୋଷ୍ଠୀ ସଂକ୍ରମଣକୁ ସ୍ୱୀକାର କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

mahabharatanews