ଅପରାଧ

ଥାନାରୁ ଫେରୁଥିବା ବେଳେ ବିଧବା ମହିଳାଙ୍କୁ ଆକ୍ରମଣ ପରେ ଦୁଷ୍କର୍ମ

ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧୀନ ତହସିଲ ରୋଡରେ ଗତକାଲି ରାତିରେ ଜଣେ ବିଧବା ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ସହ ତାଙ୍କ ସହ ଗଣ ଦୁଷ୍କର୍ମ କରାଯାଇଛି । ମହିଳାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲ।। ମୁଖ୍ୟାଳୟରେ ଭର୍ତ୍ତି କରାଯାଇଛି । ଏଥିସହ ଥାନାରେ ମାମଲା ରୁଜୁ ହୋଇଛି । ରାତିରେ ନିଜ ଭାଇ ସହ ଥାନାରୁ ଫେରୁଥିବା ଏହି ଅଘଟଣ ଘଟିଛି ।
ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଭଦ୍ରକାଳୀ ସାହିର ଜଣେ ବିଧବା ମହିଳା ଶ୍ୱଶୁର ଘର ସହ ହୋଇଥିବା ଏକ ବିବାଦକୁ ନେଇ ତିହିଡି ଥାନାକୁ ଯାଇଥିଲେ ଗତକାଲି ରାତିରେ । ଘରକୁ ରାତି ପ୍ରାୟ ୯ଟାରେ ଭାଇ ଭଉଣୀ ବାଇକରେ ଘରକୁ ଫେରୁଥିଲେ, ତହସିଲ ରାସ୍ତା ନିକଟରେ ୩ଟି ବାଇକରେ ୬ ଜଣ ଆସି ଉଭୟଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ । ଭାଇ ଭୟରେ ସେଠାରୁ ପଳେଇ ଯାଇଥିବା ବେଳେ ବିଧବା ଭଉଣୀ ଗାଡିରୁ ଖସି ପଡିଥିଲେ । ଦୁର୍ବୃତ୍ତମାନେ ମହିଳାଙ୍କ ସହ ଦୁଷ୍କର୍ମ କରି ସେଠାରୁ ଚାଲିଯାଇଥିଲେ । ପରେ ଭାଇ ସେଠାକୁ ଆସି ଭଉଣୀଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରକ୍ଷା କରି ସ୍ଥାନୀୟ ତିହିଡି ମେଡିକାଲକୁ ନେଇ ଯାଇଥିଲେ । ସେଠାରେ ତାଙ୍କ ପ୍ରାଥମିକ ଚିକିତ୍ସା କରାଯାଇଥିଲା । କିନ୍ତୁ ତାଙ୍କ ସ୍ଥିତି ଗୁରୁତର ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା । ଅନ୍ୟପଟେ ଏନେଇ ଥାନାରେ ଏକ ଅଭିଯୋଗ ହୋଇଛି ।

Related posts

ଦେଶରେ ମହିଳା ନିର୍ଯାତନାର ୬୪.୫% ଦୁଷ୍କର୍ମ

mahabharatanews

ନାବାଳିକାକକୁ ଗଣଦୁଷ୍କର୍ମ ପରେ ଫିଙ୍ଗିଗଲେ ଦୁର୍ବୃତ୍ତ

mahabharatanews

ବଢୁଛି ବ୍ରାଉନସୁଗାର କାରବାର

mahabharatanews