ଓଡିଶା

ଗଡ଼ିଲା ଭୁବନେଶ୍ୱର – ଅଯୋଧ୍ୟା ଆସ୍ଥା ସ୍ପେସିଆଲ ଟ୍ରେନ

(ଅଯୋଧ୍ୟା): ଅଯୋଧ୍ୟାରେ ପ୍ରଭୁ ରାମଲାଲା ପ୍ରାଣ ପ୍ରତିଷ୍ଠା ପରେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି। ଏହି କ୍ରମରେ ଆଜି ଅଯୋଧ୍ୟା ସ୍ଥିତ ଶ୍ରୀ ରାମଲାଲାଙ୍କ ଦର୍ଶନାର୍ଥେ ଗଡ଼ିଛି ଭୁବନେଶ୍ୱର – ଅଯୋଧ୍ୟା ଆସ୍ଥା ସ୍ପେସିଆଲ  ଟ୍ରେନ”। ରାମଲାଲାଙ୍କ ଦର୍ଶନ ପାଇଁ ରେଳବାଇ ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ୱରରୁ ଅଯୋଧ୍ୟାକୁ ଗଡ଼ିଛି ଆସ୍ଥା ସ୍ପେଶିଆଲ ଟ୍ରେନ।

ସୂଚନାନୁଯାୟୀ , ଏକ ହଜାରରୁ ଅଧିକ ଶ୍ରଦ୍ଧାଳୁ ଏହି ଟ୍ରେନ ଭୁବନେଶ୍ୱର ରେଳ ଷ୍ଟେସନରୁ ଯାତ୍ରା କରିଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପତାକା ହଲାଇ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି। ସ୍ବତନ୍ତ୍ର ଟ୍ରେନ ପ୍ରଥମ ଦିନରେ ଭୁବନେଶ୍ବର ରେଳ ଷ୍ଟେସନରୁ ଛାଡ଼ିଥିବା ବେଳେ ପରବର୍ତ୍ତୀ ସମୟରେ କଟକ, ପୁରୀ ଓ ଭଦ୍ରକ ସମେତ ରାଜ୍ୟର ଅନ୍ୟ ଷ୍ଟେସନରୁ ବି ଚାଲିବ।  ଆଜି ଆସ୍ଥା ସ୍ପେଶାଲ ଟ୍ରେନରେ ଭୁବନେଶ୍ୱର ଓ ପୁରୀ ସଂସଦୀୟ କ୍ଷେତ୍ରର ଯାତ୍ରୀମାନେ ଯାତ୍ରା କରିଛନ୍ତି। ସେହିପରି ୯ ତାରିଖରେ କଟକ ସଂସଦୀୟ କ୍ଷେତ୍ରରୁ ରାମଭକ୍ତ ଅଯୋଧ୍ୟା ଯିବେ।

Related posts

ଆସନ୍ତା କାଲି ଇଡକୋର କଳଙ୍କିତ ନାୟକଙ୍କ ନିଷ୍କଳଙ୍କ ଅବସର!

mahabharatanews

ବନ୍ଧା ହେଲା ବ୍ରାଉନସୁଗାର ବେପାରୀ

mahabharatanews

ପୁଣି ରକ୍ତମୁଖା ହୋଇଛି ଲାଲବାହିନୀ

mahabharatanews