ନୂଆଦିଲ୍ଲୀ: ସିବିଆଇ ସାତ ବର୍ଷ ପୂର୍ବ ଏକ ହତ୍ୟା ମାମଲାରେ ହତ୍ୟାରେ ବ୍ୟବହୃତ ପିସ୍ତଲ ଉଦ୍ଧାର କରିଛି । ସମାଜସେବୀ, ଲେଖକ ଓ ବୁଦ୍ଦିଜୀବୀ ଡା ନରେନ୍ଦ୍ର ଦାଭୋଲକରଙ୍କ ହତ୍ୟାରେ ବ୍ୟବହାର ହୋଇଥିବା ହତିଆରର ଅନୁସନ୍ଧାନ କରୁଥିଲା ସିବିଆଇର ଏକ ଟିମ । ଥାନେର ଏକ ସମୁଦ୍ର ଉପକୂଳ ଅଞ୍ଚଳରୁ ଏକ ପିସ୍ତଲ ସିବିଆଇ ଟିମକୁ ମିଳିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ ସେହି ପିସ୍ତଲରେ ଦାଭୋଲକରଙ୍କ ହତ୍ୟା ହୋଇଥିଲା କି ନାହିଁ, କିନ୍ତୁ ସିବିଆଇ ସନ୍ଦେହ କରୁଛି ସେହି ପିସ୍ତଲରେ ତାଙ୍କ ହତ୍ୟା କରାଯାଇଥିଲା । ତେବେ ପିସ୍ତଲର ଯାଞ୍ଚ ପାଇଁ ଏହାକୁ ଫରେନ୍ସିକ ଲ୍ୟାବକୁ ପଠାଇ ଦିଆଯାଇଛି ।
ସୂଚନାଯେ।।ଗ୍ୟ, ଦାଭୋଲକରଙ୍କୁ ୨୦୧୩ ଅଗଷ୍ଟ ୨୦ ତାରିଖରେ ଦୁଇ ଅଜ୍ଞାତ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିଲେ । ଗତ ମାସରେ ଏହି ମାମଲାରେ ହେଉଥିବ।। ବିଳମ୍ବ ପାଇଁ ବମ୍ବେ ହାଇକୋର୍ଟ ଚିନ୍ତା ପ୍ରକଟ କରିଥିଲେ । ବିଳମ୍ବକୁ ନେଇ କୋର୍ଟ ସିବିଆଇ ଓ ସିଆଇଡିକୁ ଭର୍ତ୍ସନା କରିଥିଲେ ।
