Uncategorized

ଦିଲ୍ଲୀରେ ୭ କୋରୋନା ସଂକ୍ରମିତ ଚିହ୍ନଟ

(ମହାଭାରତ): କୋରନା ଭାଇରସକୁ ନେଇ ଗତ ଦୁଇଦିନ ଧରି ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗର ମୁଣ୍ଡବିନ୍ଧା ହେଲାଣି । ରାଜଧାନୀରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୭ଜଣ ସଂକ୍ରମିତ ରୋଗି ମିଳିଛନ୍ତି, ଏହାକୁ ମିଶାଇ ଦିଲ୍ଲୀରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୨୭ ହୋଇଛି । ଶନିବାର ସଂନ୍ଧ୍ୟାସୁଦ୍ଧା ୧୦ ହଜାରରୁ ଅଧିକ ଦିଲ୍ଲୀ ବାସିନ୍ଦାଙ୍କୁ ଗୃହ ଏକାନ୍ତବାସ କରିବାକୁ କୁହାଯାଇଛି । ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗଙ୍କ ସୂଚନାନୁସାରେ, ୧୦,୪୬୪ଜଣ ଲୋକ ଏହି ସମୟରେ ଗୃହ ଏକାନ୍ତବାସରେ ରହିଛନ୍ତି । କୋରୋନା ଭାଇରସକୁ ନେଇ ହେଲ୍ପ ଲାଇନ୍ ନମ୍ବରରେ ଫୋନ କଲ୍ ମଧ୍ୟ ବଢିବାରେ ଲାଗିଛି । ସ୍ଥିତି ଏମିତି ହେଲାଣି କି ମେଡିକାଲ୍ ଷ୍ଟାଫ୍ ମଧ୍ୟ କମ୍ ପଡିଲେଣି । ଦିଲସାଦ୍ ଗାର୍ଡନର ଗୋଟିଏ ବ୍ଲକ୍ ସଂମ୍ପୁର୍ଣ୍ଣ ଶଟଡାଉନ୍ କରିବାକୁ ନିର୍ଦ୍ଦେଶ ଦିଆସରିଛି । ଲୋକଙ୍କୁ ଘର ମଧ୍ୟରେ ରହିବାକୁ ପରାମର୍ଶ ଦିଆଯାଉଛି । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯଦି ଆଜିର ଜନତା କର୍ଫୁ ଠିକରେ କାର୍ଯ୍ୟକାରୀ ହେଲା, ତେବେ ସୋମବାରଠାରୁ ଦିଲ୍ଲୀକୁ ସଟଡାଉନ୍ କରାଯାଇପାରେ । ଦିଲ୍ଲୀରୁ ଅନ୍ଧ୍ରପ୍ରଦେଶ ଯାଉଥିବା ଟ୍ରେନରେ ମଧ୍ୟ ଅନେକ ଲୋକ ସଂକ୍ରମିତ ହୋଇଥିବା ସୂଚନା ମିଳିବା ପରେ ବିଭାଗକୁ ଆଶଙ୍କା ଅଛି କି ଏହା ସାମୁଦାୟିକ ସ୍ଥରରେ ବ୍ୟାପିପାରେ । ଦିଲ୍ଲୀରେ ଏବେ ସୁଦ୍ଧା କୋରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୨୭ରେ ପହଞ୍ଚିସାରିଛି । ଏମାନଙ୍କ ମଧ୍ୟରେ ଜଣେ ବିଦେଶୀ ନାଗରୀକ ମଧ୍ୟ ସାମିଲ ରହିଛି । ଏହା ସହିତ ଜଣେ ନାଗରୀକଙ୍କର ମୃତ୍ୟୁ ମଧ୍ୟ ହୋଇସାରିଛି । ରାଜସ୍ଥାନ ପଶ୍ଚିମ ବଙ୍ଗାଳ ଏବଂ ପଞ୍ଜାବର ମୁଳ ବାସିନ୍ଦାର ୪ଜଣ ରୋଗୀ ଦିଲ୍ଲୀରେ ସଂକ୍ରମିତ ହୋଇଛନ୍ତି ।

Related posts

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆଙ୍କ ଅଫିସରେ ରେଡ୍ କରିଛି ସିବିଆଇ

mahabharatanews

ଶକ୍ତ ହେଉଛି ଖାଦ୍ୟ ସୁରକ୍ଷା ବ୍ୟବସ୍ଥା

mahabharatanews

ସୁପ୍ରିମକୋର୍ଟ କଲେଜିୟମର ସୁପାରିସରେ କେନ୍ଦ୍ରର ବାଜିଲା ମୋହର

mahabharatanews

Leave a Comment