ଓଡିଶାରାଜନୀତି

ଦିଲ୍ଲୀ ଗସ୍ତ କଲେ ନୂଆ ପିସିସି ସଭାପତି

ଭୁବନେଶ୍ୱର: ନୂଆ ପିସିସି ସଭାପତି ଶରତ ପଟ୍ଟନାୟକ ଦିଲ୍ଲୀ ଗସ୍ତ କରିଛନ୍ତି । ଦଳର ସାଙ୍ଗଠନିକ ସ୍ଥିତି ଓ ସଙ୍କଳ୍ପ ସମାବେଶରେ ନିଆଯାଇଥିବା ନିଷ୍ପତ୍ତି ଉପରେ ଦଳର କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହାଛଡା ନିଜର ନୂଆ ଟିମ୍, ଦଳୀୟ ଶୃଙ୍ଖଳା, ୨୦୨୪ ସାଧାରଣ ନିର୍ବାଚନ ଲାଗି ରୋଡ୍ ମ୍ୟାପ୍ ପ୍ରସ୍ତୁତି ଉପରେ ମଧ୍ୟ ଆଲୋଚନା କରିବେ । ଦିଲ୍ଲୀରୁ ଫେରିବା ପରେ ବିଧିବଦ୍ଧ ଭାବେ ଆସନ୍ତା ୧୦ ତାରିଖରେ ପିସିସି ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବେ । ଶ୍ରୀ ପଟ୍ଟନାୟକ ବଲାଙ୍ଗୀରରୁ ଦୁଇ ଥର ସାଂସଦ ଭାବେ ପ୍ରିତିନିଧିତ୍ୱ କରିଛନ୍ତି ।

Related posts

ରାଜ୍ୟରେ କରୋନା ସଂକ୍ରମଣ କମିଛି : ୧୪୬ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ଡମ୍ପର ଧକ୍କାରେ ଶ୍ରମିକ ମୃତ

mahabharatanews

ପରଲୋକରେ କଟକର ପ୍ରଥମ ମେୟର ନିବେଦିତା ପ୍ରଧାନ 

mahabharatanews