ଖେଳ

ଦୁଇଦିନ ଧରି ମହୋଦଧି ବେଳାଭୂମିରେ ଅଲ ଓଡିଶା ବିଚ କୁସ୍ତି ଚମ୍ପିୟନସିପ୍ ଅନୁଷ୍ଠିତ

ଗୋପ/ଜୟନ୍ତ ସେଠୀ: ଆଜି ଓ ଆସନ୍ତା କାଲି ଦୁଇଦିନ ଧରି ମହୋଦଧି ବେଳାଭୂମିରେ ଅଲ ଓଡିଶା ବିଚ କୁସ୍ତି ଚମ୍ପିୟନସିପ୍ ଅନୁଷ୍ଠିତ ହୋଇଛି । ଜିଲ୍ଲା ପ୍ରଶାସନ, ଜିଲ୍ଲା କ୍ରୀଡା ସଂସଦ, ଓଡିଶା କୁସ୍ତି ସଂଘ ଓ ଜିଲ୍ଲାର ସମସ୍ତ ଯାଗା ଓ ଆଖଡାର ମିଳିତ ଆନୁକୂଲ୍ୟରେ ଏହି ଚମ୍ପିୟନସିପ୍ ଆୟୋଜନ କରାଯାଇଛି । ଏ ସଂପର୍କରେ ପୁରୀ ପୌରସଂସ୍ଥା ନିର୍ବାହୀ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଆଜି ଅପରାହ୍ନ ୪ ଘଟିକା ସହ ୨୬ ତାରିଖ ସକାଳ ୭ ଘଟିକାରେ ଏହି ପ୍ରତିଯୋଗିତା ହେବ । ୧୨ ରୁ ୧୫, ୧୬ ରୁ ୧୮ ଏବଂ ୧୯ ବର୍ଷ ବୟସରୁ ଉର୍ଦ୍ଧ୍ବ ଉଭୟ ବାଳକ ଓ ବାଳିକା , ପୁରୁଷ ଏବଂ ମହିଳା ବିଭାଗରେ ପ୍ରତିଯୋଗିତା ହେବ । ପ୍ରତ୍ୟେକ ବିଭାଗର ବିଜେତାଙ୍କୁ ୫ ହଜାର ଓ ରନର୍ସଙ୍କୁ ୩ ହଜାର ଟଙ୍କା ପୁରସ୍କାର ରାଶି ସହ ସ୍ପୋର୍ଟ୍ସ କିଟ ପ୍ରଦାନ କରାଯିବ । ଏଥିରେ ସାରା ରାଜ୍ୟର ପ୍ରାୟ ୨୦୦ ଜଣ ପ୍ରତିଯୋଗୀ ଭାଗ ନେବେ । ମ୍ୟାଚ ପରିଚାଳନା ପାଇଁ ୩୦ ଜଣ ଅଫିସିଆଲ ଓ ୨୦ ଜଣ ସ୍ବେଚ୍ଛାସେବୀ ନିୟୋଜିତ ହେବେ ।
ଏହି ଅବସରରେ ଜିଲ୍ଲା କ୍ରୀଡାଧିକାରୀ ଶ୍ରୀ ଚନ୍ଦନ କୁମାର ସାହୁ, ଜିଲ୍ଲା କ୍ରୀଡା ସଂସଦ ସଂପାଦକ ଶ୍ରୀ ରବି ଶଙ୍କର ପ୍ରତିହାରୀ, ଫିଡବ୍ୟାକ ଫାଉଣ୍ଟେସନର ଶ୍ରୀ ଜ୍ୟୋତିପ୍ରକାଶ, ଓଏସଡି ଶ୍ରୀ ସନ୍ତୋଷ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

 

Related posts

ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଲେ ଲକ୍ଷ୍ୟ ସେନ

mahabharatanews

ସରକାରଙ୍କ ଚରମବାଣୀ, ଖେଳାଳି କରିବେନି ନିଶାଦ୍ରବ୍ୟ ବିଜ୍ଞାପନ

mahabharatanews

ବଢ଼ିଲା ସୌରଭ ଗାଙ୍ଗୁଲୀଙ୍କ ସୁରକ୍ଷା ବ୍ୟବସ୍ଥା

mahabharatanews