ବିଶ୍ୱ

ଦୁବାଇରେ ବନ୍ୟା ପରିସ୍ଥିତି ସୃଷ୍ଟି

(ଦୁବାଇ) : ସଂଯୁକ୍ତ ଆରବ ଏମିରେଟ୍ସରେ ମଙ୍ଗଳବାର ପ୍ରବଳ ଝଡ଼ବର୍ଷା ହେବା ଫଳରେ ଦୁବାଇରେ ଭୀଷର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଦେଢ଼ ବର୍ଷରେ ଯେତିକି ବର୍ଷା ହେବା କଥା ମାତ୍ର କିଛି ଘଣ୍ଟା ମଧ୍ୟରେ ତା’ଠୁ ଅଧିକ ବର୍ଷା ହୋଇଛି। ଏଥି ଯୋଗୁଁ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଦୁବାଇ ବନ୍ୟା ସ୍ଥିତି ପାଇଁ ୨୮ଟି ଭାରତୀୟ ବିମାନର ଉଡ଼ାଣ ରଦ୍ଦ ହୋଇଛି।

ସୂଚନାନୁଯାୟୀ , ବିମାନବନ୍ଦରରେ ବହୁ ପରିବାର ଫସି ରହିଛନ୍ତି। ପାଣିପାଗ ବିଜ୍ଞାନ ରିପୋର୍ଟ ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ଦୁବାଇରେ ପାଖାପାଖି ୨୦ ମିଲିମିଟର ବର୍ଷା ହୋଇଥିବା ବେଳେ ମଙ୍ଗଳବାର ସକାଳ ୯ଟା ବେଳକୁ ଝଡ଼ତୋଫାନ ସହ ବର୍ଷା ବୃଦ୍ଧି ପାଇଥିଲା। ଦିନ ଶେଷ ବେଳକୁ ସହରରେ ୧୪୨ ମିଲିମିଟର (୫.୫୯ ଇଞ୍ଚ)ରୁ ଅଧିକ ବର୍ଷା ରେକର୍ଡ କରାଯାଇଥିଲା। ସାଧାରଣତଃ ଦୁବାଇର ଅନ୍ତର୍ଜାତୀୟ ବିମାନବନ୍ଦରରେ ବାର୍ଷିକ ହାରାହାରି ୯୪.୭ ମିଲିମିଟର (୩.୭୩ ଇଞ୍ଚ) ବୃଷ୍ଟିପାତ ହୋଇଥାଏ।

Related posts

ଇସ୍କନ ସାଧୁ ଚିନ୍ମୟ କୃଷ୍ଣ ଦାସ ପ୍ରଭୁଙ୍କ ଓକିଲଙ୍କୁ ମରଣାନ୍ତକ ଆକ୍ରମଣ

mahabharatanews

ସ୍ଥିତି ସୁଧାରିବାକୁ ସରକାରଙ୍କ ଅଜବ ନିୟମ; ପାକିସ୍ତାନ

mahabharatanews

ଆଜି ଆକାଶରେ ଦିଶିବ ସୁପରମୁନ, ଖାଲି ଆଖିରେ ଦେଖାଯିବ ମହାଜାଗତିକ ଦୃଶ୍ୟ

mahabharatanews