ବିଶ୍ୱ

ସ୍ଥିତି ସୁଧାରିବାକୁ ସରକାରଙ୍କ ଅଜବ ନିୟମ; ପାକିସ୍ତାନ

ବ୍ୟୁରୋ: ଶ୍ରୀଲଙ୍କା ପରେ ଏବେ ପାକିସ୍ତାନରେ ଖୁବ୍ ଶୀଘ୍ର ଆସିବାକୁ ଯାଉଛି ଦୁର୍ଦ୍ଦିନୀ କଳାବାଦଲ । ଏଠାରେ ଅତ୍ୟାବଶ୍ୟକ ଦ୍ରବ୍ୟର ଘୋର ଅଭାବ ପରିଲକ୍ଷିତ ହେଲାଣି । ଦେଶ ଚଳାଇବାକୁ ନା ଅଛି ଅର୍ଥ ନା ଅଛି ଇନ୍ଧନ । ଦେଶକୁ କିପରି ଚଳାଇବେ ସେହି ଚିନ୍ତାରେ ଶାହାବାଜ୍ ସରକାର । ପାକିସ୍ତାନରେ ବଦଳିଛି ସରକାର । ହେଲେ ବଦଳିନି ସ୍ଥିତି । ବରଂ ଖୁବ ଶୀଘ୍ର ପାକିସ୍ତାନରେ ଶ୍ରୀଲଙ୍କା ପରି ଦୟନୀୟ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି । ସୂଚନାନୁସରେ , ଦେଶରେ ନା ଅଛି ଆବଶ୍ୟକ ଅର୍ଥ ନା ଅଛି ଆବଶ୍ୟକ ଇନ୍ଧନ ।

ପରିସ୍ଥିତି ଏପରି ଗମ୍ଭୀର ହେବାକୁ ଯାଉଛି ଯେ, ସ୍ଥିତି ସୁଧାରିବାକୁ ଏଠିକାର ଶାହାବାଜ ସରକାର ନେଇଛନ୍ତି ଅଜବ ନିଷ୍ପତ୍ତି । ଦେଶର ତୈଳ ଯେପରି ଶେଷ ନହୁଏ ସେଥିପାଇଁ ପ୍ରଧାନମନ୍ତ୍ରୀ ଶହାବାଜ ସରିଫ୍ ସରକାର ସରକାରୀ କର୍ମଚାରୀଙ୍କୁ ଦୁଇ ଦିନ ବଦଳରେ ୪ ଦିନ ଛୁଟି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ଦେଶର ଇନ୍ଧନ ଖର୍ଚ୍ଚକୁ କମାଯାଇପାରିବ । ଏପରି କଲେ ଦେଶରେ ବାର୍ଷିକ ୨.୭ ବିଲିୟନ୍ ଡଲାର ବିଦେଶୀ ମୁଦ୍ରାକୁ ସଞ୍ଚୟ କରାଯାଇପାରିବ ବୋଲି ଶାହାବାଜ ସରକାର କହିଛନ୍ତି । କୁହାଯାଉଛି ଯେ , ଶ୍ରୀଲଙ୍କାରେ ଯେମିତି ଅର୍ଥ ସଙ୍କଟ ହୋଇଛି ପାକିସ୍ତାନର ବି ସେହିଭଳି ଦୃଶ୍ୟ ଆଗାମୀ ଦିନରେ ଦେଖିବାକୁ ମିଳିପାରେ ବୋଲି ଅନୁମାନ କରାଯାଉଛି।

Related posts

ଆମେରିକାର ଲୁଇସଭିଲରେ ଥିବା ମହମ୍ମଦ ଅଲି ଅନ୍ତର୍ଜାତୀୟ ବିମାନବନ୍ଦର କ୍ରାସ ହେଲା UPS କାର୍ଗୋ ବିମାନ

mahabharatanews

ପରଲୋକରେ କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ବ୍ରାଏନ୍ ମଲ୍ରୋନି

mahabharatanews

ଫେଲ୍ ହେଲା ଋଷର ମୁନ୍ ମିଶନ୍

mahabharatanews