ଓଡିଶା

ଦୂର୍ଘଟଣାରେ ବାଇକ ଆରୋହୀ ଗୁରୁତର

(ରଜନୀ କାନ୍ତ ପାତ୍ର, ହିଞ୍ଜିଳିକାଟୁ) :– ୫୯ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ପୋଚିଲିମା ନିକଟସ୍ଥ ଏକ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ଉପରେ ସୋମବାର ରାତିରେ ମୋଟର ସାଇକେଲ ଦୂର୍ଘଟଣା ଘଟି ଆରୋହୀ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣକ ବ୍ରହ୍ମପୁର ସଦର ଥାନା ଲାଠି ଗ୍ରାମର କାଳୁ ଚରଣ ସ୍ୱାଇଁ (୨୯) । ପ୍ରକାଶ ଯେ, ଯୁବକ ଜଣକ କୌଣସି କାର୍ୟ୍ୟରେ ଆସି ବ୍ରହ୍ମପୁର ଅଭିମୁଖେ ହିରୋ ଏକ୍ସଟ୍ରିମ୍ (ଓଡ଼ି୦୭ଭି ୭୧୪୪) ମୋଟର ସାଇକେଲ ଯୋଗେ ଯାଉଥିବା ସମୟରେ ପୋଚିଲିମା ଛକ ନିକଟସ୍ଥ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ଉପରେ ଦୂର୍ଘଟଣା ଘଟି ଗୁରୁତର ଆହତ ହୋଇ ରାସ୍ତା ଉପରେ ପଡ଼ିଥିଲେ ।

କିଛି ପଥଚାରୀ ଦେଖି ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ପୁଲିସ ଘଟଣା ସ୍ଥଳରେ ପଂହଚି ଦୂର୍ଘଟଣାଗ୍ରସ୍ତ ମୋଟର ସାଇକେଲକୁ ଥାନାକୁ ଆଣି ଘଟଣାର ତଦନ୍ତ ଚଳାଇଛି । ତେବେ ଦୂର୍ଘଟଣା କିପରି ଘଟିଛି ଜଣାପଡ଼ିନାହିଁ । ପ୍ରକାଶ ଥାଉକି ସଂପୃକ୍ତ ଅଣଓସାରିଆ ସ୍ଥାନରେ ଗତ ୨ମାସ ମଧ୍ୟରେ ବହୁ ଦୂର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ସଂପୃକ୍ତ ସ୍ଥାନରେ ଏକ କଲଭର୍ଟ ରହିଥିବା ବେଳେ କଲଭର୍ଟ ନିକଟରେ ପେଟ୍ରୋଲ ପମ୍ପ ରହିଛି । ଜାତୀୟ ରାଜପଥ ବିଭାଗ ପକ୍ଷରୁ ଏ ଦିଗରେ ଦୃଷ୍ଟି ଦିଆଯାଇ ସଂପୃକ୍ତ ସ୍ଥାନରେ ମାର୍କିଂ କିମ୍ବା ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଅଂଚଳବାସୀ ଦାବି ଜଣାଇଛନ୍ତି ।

Related posts

ବର୍ଷା ଲାଗି ସ୍କୁଲ ଛୁଟି

mahabharatanews

 ଜନତା ମଇଦାନରେ ଅନୁଷ୍ଠିତ ହେବ ଓଡ଼ିଆ ଭାଷା ସମ୍ମିଳନୀ

mahabharatanews

ଆଜିଠୁ ଭଦ୍ରକ ଓ ଧାମନଗର ପୌରାଞ୍ଚଳ ଲକଡାଉନ

mahabharatanews