Uncategorized

ଦେଶରେ ୨୪ ଘଣ୍ଟାରେ୪୦ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କରୋନା ଭାଇରସ ଦେଶରେ ତାର କାୟା ବିସ୍ତାର କରିବାରେ ଲାଗିଛି । ଆଜି ପର୍ଯ୍ୟନ୍ତ ୨୩୯ ଜଣଙ୍କର ମୃତ୍ୟୁ ହେଲାଣି । ଗତ ୨୪ ଘଣ୍ଟାରେ ୪୦ ଜଣଙ୍କ ଜୀବନ ଏହି ଭାଇରସ ନେଇଥିବାବେଳେ ୧୦୩୫ ଜଣ ଆକ୍ରାନ୍ତ ହୋଇଛନ୍ତି । ଦେଶରେ ମୋଟ୍ ୭,୪୪୭ ଜଣ ସଂକ୍ରମିତ ହୋଇଛନ୍ତି । ୬୪୨ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ଓ ୬୫୬୫ ଜଣ ବର୍ତ୍ତମାନ ଚିକିତ୍ସାଧୀନ ଥିବା ଶନିବାର ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ରିପୋର୍ଟ ଦେଇଛି। ମହାରାଷ୍ଟ୍ର ସମଗ୍ର ଦେଶରେ କରୋନା ସଂକ୍ରମଣରେ ଆଗରେ ରହିଛି । ମହାରାଷ୍ଟ୍ରରେ ୧,୫୭୪ ଜଣ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ମହାରାଷ୍ଟ୍ରରେ କରୋନା ସହିତ ଲଢ଼ିବା ପାଇଁ ଅଧିକ କୋଭିଡ-୧୯ ପରୀକ୍ଷା କରିବା ଆବଶ୍ୟକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି। ଏଥିପାଇଁ ଉଭୟ ସରକାରୀ ଏବଂ ଘରୋଇ ଲ୍ୟାବକୁ ଆବଶ୍ୟକ କିଟ୍ ଯୋଗାଇବା ଦରକାର ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି। ଅନ୍ୟପଟେ ବିଶ୍ୱର ୨୧୦ଟି ଦେଶରେ ୧,୬୯୯,୬୩୧ ଜଣ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୧୦୨,୭୩୪ ରହିଛି। ସେହିପରି ୩୭୬,୩୨୭ ଜଣ ସୁସ୍ଥ ହେଲେଣି ।

Related posts

ଆଫଗାନିସ୍ତାନ ଭାରତୀୟ ଦୂତାବାସ ଉପରେ ଆକ୍ରମଣ ପାଇଁ ଆଇଏସଆଇର ମସୁଧା: ଗୁଇନ୍ଦା

mahabharatanews

କମଲନାଥଙ୍କ ସରକାର ଭାଙ୍ଗିବା ପାଇଁ ରାତାରାତି ଉଦ୍ୟମ

mahabharatanews

ନୀଳାଦ୍ରି ଅବଢା ପାଇଁ ସକାଳୁ ଭକ୍ତଙ୍କର ଲମ୍ବା ଲାଇନ

mahabharatanews