Uncategorized

ଉତ୍ତର କୋରିଆ ରାଷ୍ଟ୍ରପତି ଅସୁସ୍ଥ

ସିଓଲ: ଉତ୍ତର କୋରିଆର ରାଷ୍ଟ୍ରପତି ତଥା ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନ ଗୁରୁତର ଭାବେ ଅସୁସ୍ଥ ନେଇ ସୂଚନା ଥିବା ବେଳେ କିନ୍ତୁ ଉତ୍ତର କୋରିଆ ପକ୍ଷରୁ ଏନେଇ କୌଣସି ବିଧିବଦ୍ଧ ସୂଚନା ଦିଆଯାଇ ନାହିଁ। କିମ ଜଙ୍ଗ ଉନ ଅସୁସ୍ଥ ଥିବା ଖବର ସାମ୍ନାକୁ ଆସିବା ପରେ ପଡ଼ୋଶୀ ଦକ୍ଷିଣ କୋରିଆ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଅନୁସନ୍ଧାନ ଆରମ୍ଭ କରିଦେଇଛି।

ଆମେରିକା ଗଣମାଧ୍ୟମରେ ସୂଚନା ଅନୁଯାୟୀ, ନିକଟରେ କିମ ଜଙ୍ଗ ଉନ ହାର୍ଟ ସର୍ଜରୀ କରିଥିଲେ। ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ଆରମ୍ଭ ହୋଇଥିଲା। ଏଇ କିଛି ଦିନ ହେଲା ସେ ଅଧିକ ଗୁରୁତର ହୋଇ ପଡ଼ିଛନ୍ତି। ଏଥିପାଇଁ ସେ ଘରୁ ବାହାରି ପାରୁନାହାନ୍ତି। ଅସୁସ୍ଥତା କାରଣରୁ ସେ ଏପ୍ରିଲ ୧୫ରେ ନିଜ ଜେଜେବାପା ତଥା ଉତ୍ତର କୋରିଆର ପ୍ରତିଷ୍ଠାତା କିମ-୨ ସୁଙ୍ଗଙ୍କ ପାଇଁ ଆୟୋଜିତ କାର୍ୟ୍ୟକ୍ରମରେ ମଧ୍ୟ ଯୋଗଦେଇ ନଥିଲେ। ଏହି ଚର୍ଚ୍ଚା ମଧ୍ୟରେ ଆମେରିକା ଗଣମାଧ୍ୟମ କିମ ଜଙ୍ଗ ଉନ ଗୁରୁତର ଅସୁସ୍ଥ ଥିବା ଖବର ପ୍ରକାଶ କରିଛି।

Related posts

ଭାରତର ପ୍ରତିବଦ୍ଧତାକୁ ଡବ୍ଲୁଏଚଓର ପ୍ରଶଂସା

mahabharatanews

ଏପ୍ରିଲ ୨ ପର୍ଯ୍ୟନ୍ତ ରାଣା କପୁରଙ୍କ ଇଡି ମିଆଦ ବୃଦ୍ଧି

mahabharatanews

ଆଜି ଗଡିଲା ଅଯୁଗ୍ମ ନମ୍ବର ଗାଡି

mahabharatanews