ରାଜନୀତି

ମାଲକାନଗିରି ପୋଲିସ କ୍ୟାଣ୍ଟିନରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ, ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟିଲା କଂଗ୍ରେସ

ଭୁବନେଶ୍ୱର: ରାଜ୍ୟରେ ମହିଳାମାନେ ଅସୁରକ୍ଷିତ । ଏହାର ଏକ ଦୃଷ୍ଟାନ୍ତ ମାଲକାନଗିରିରୁ ଆସିଛି । ଗତ ମେ ମାସ ୭ ତାରିଖ ଦିନ ମାଲକାନଗିରି ପୋଲିସ କ୍ୟାଣ୍ଟିନରେ ଜଣେ ଆଦିବାସୀ ମହିଳାଙ୍କ ସହ ଦୁଷ୍କର୍ମ କରାଯାଇଛି । ପରେ ଅବସ୍ଥା ଖରାପ ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ ନେବା ରାସ୍ତାରେ ତାଙ୍କର ମୃତ୍ୟୁ ହେଇଥିଲା । ପୀଡ଼ିତାଙ୍କ ସ୍ୱାମୀ ବୁଦୁରା ଗଉଡ଼ଙ୍କ କହିବା ଅନୁସାରେ, ତାଙ୍କ ସ୍ତ୍ରୀ ଅଚେତ ଅବସ୍ଥାରେ ଥିଲେ ଏବଂ ତାଙ୍କ ଦେହରେ କ୍ଷତ ଚିହ୍ନ ରହିଥିଲା । ତାଙ୍କ ସ୍ତ୍ରୀଙ୍କୁ ଦୁଷ୍କର୍ମ କରାଯାଇଛି ବୋଲି ବୁଦୁରା ଗଉଡ଼ ଥାନାରେ ଏତଲା ଦେବା ସହ ଗଣମାଧ୍ୟମ ଆଗରେ କହିଥିଲେ । ଏହି ଘଟଣାକୁ ଦେଢ଼ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ପୋଲିସ ଚୁପ ରହିଛି । ଯେହେତୁ ଘଟଣା ପୋଲିସ କ୍ୟାଣ୍ଟିନରେ ଘଟିଛି ଏବଂ ପୋଲିସର ସମ୍ପୃକ୍ତି ରହିଛି, ତେଣୁ ଏହିଘଟଣାକୁ ସରକାରୀସ୍ତରରେ ଚାପି ଦିଆଯାଉଛି । ଏହି ଘଟଣା ବିରୁଦ୍ଧରେ ପ୍ରତିବାଦ କରି ରାଜ୍ୟ କଂଗ୍ରେସ ନିଶିକାନ୍ତ ମହାପାତ୍ରଙ୍କ ସମେତ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ମାନବଅଧିକାର କମିଶନଙ୍କୁ ଭେଟି ହତ୍ୟାର କାରଣକୁ ସାର୍ବଜନୀନ କରିବାକୁ ଏବଂ କମିଶନ ହସ୍ତକ୍ଷେପ କରି ଦୋଷୀକୁ ଉଚିତ ଦଣ୍ଡ ଦେବାକୁ, ପୀଡ଼ିତାକୁ ନ୍ୟାୟ ଦେବାକୁ ଦାବି କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ କଂଗ୍ରେସର ନିଶିକାନ୍ତ ମହାପାତ୍ର, ମିଲୀ ପଂଡାଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

Related posts

ଆସନ୍ତାକାଲି ହେବ ଲୋକସଭା ଓ ବିଧାନସଭା ନିର୍ବାଚନ ତାରିଖ ଘୋଷଣା

mahabharatanews

ପୁଞ୍ଜିପତିଙ୍କ ସହ ମୁହାଁମୁହିଁ ଆଲୋଚନା କରିବେ ମୁଖମନ୍ତ୍ରୀ

mahabharatanews

ଉତ୍ତରପ୍ରଦେଶ ନିର୍ବାଚନରେ କଂଗ୍ରେସ ପ୍ରିୟଙ୍କା ଗାନ୍ଧୀଙ୍କୁ ଆଗକୁ ଛାଡିବ

mahabharatanews