Uncategorized

ଦୋକାନର ନାମ କୋରୋନା ଟେକ୍ସଟାଇଲ

 (ମହାଭାରତ): ଦେଶରେ କୋରୋନା ସଂକ୍ରମଣରୁ ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି । ତେବେ କେରଳର ଜଣେ କପଡା ଦୋକାନୀ ତାଙ୍କ ଦୋକାନ ନାମ କୋରୋନା ଟେକ୍ସଟାଇଲ ରଖିଛନ୍ତି । ସ୍ଥାନୀୟ ତୁବତୁପୁଝା ଗାଁରେ ଏହି ଦୋକାନ ମାଲିକ ପାରିଦ ଇଂଲିଶ୍ ଶଦ୍ଦକୋଷରୁ ଏହି ନାମ ପାଇଥିଲେ । କିନ୍ତୁ ସେ କେବେ ମଧ୍ୟ ଭାବି ନଥିଲେ ଦିନେ ତାଙ୍କ ଦୋକାନ ନାମ ôତବା ଭୂତାଣୁ ପୃଥିବୀରେ ଆତଙ୍କ ସୃଷ୍ଟି କରିବ ବୋଲି । କୋରୋନା ସଂକ୍ରମଣ ପରେ ଏବେ ବହୁ ଲୋକ ପାରିଦଙ୍କ କପଡା ଦୋକାନ ପାଖକୁ ଆସି ସେଲିଫ ନେଉଛନ୍ତି । ରାସ୍ତାରେ ଯିବା ଆସିବା ସମୟରେ କେହି କେହି ଗାଡି ଅଟକାଇ ଦୋକାନକୁ କିଛି ସମୟ ଅନାଇ ରହୁଛନ୍ତି । ଏବେ ପାରିଦଙ୍କ ଦୋକାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Related posts

ଲୋକସଭାରେ ହଟ୍ଟଗୋଳ

mahabharatanews

ଜ୍ୟୋତିରାଦିତ୍ୟ ସିନ୍ଧିଆ, ତାଙ୍କ ମା’ କରୋନା ଆକ୍ରାନ୍ତ

mahabharatanews

ଅମ୍ଫାନ ମୁକାବିଲା: ଓଡିଶାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

mahabharatanews