ଅପରାଧ

ଦୋଷୀ ବ୍ରିଜେଶ ଠାକୁରଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: ବିହାରର ମୁଜାଫରପୁର ସ୍ଥିତ ଏକ ଆଶ୍ରମରେ ବାଳିକାଙ୍କୁ ଯୌନ ଉତ୍ପୀଡନ ମାମଲାରେ ମଙ୍ଗଳବାର ଦିନ ଦିଲ୍ଲୀର ସାକେତ କୋର୍ଟରେ ଶୁଣାଣି ହୋଇଛି । ଅଦାଲତ ମାମଲାର ମୁଖ୍ୟ ଦୋଷୀ ବ୍ରିଜେଶ ଠାକୁରଙ୍କୁ ଆଜୀବନ କାରାବାସର ଦଣ୍ଡ ଶୁଣାଇଛନ୍ତି । ଏହା ଅନ୍ତର୍ଗତ ପ୍ରଥମେ ଏହି ମାମଲାରେ ଦିଲ୍ଲୀର ସ।।କେତ କୋର୍ଟରେ ଶୁଣାଣି ହୋଇଥିଲା । ଅଦାଲତ ମୁଖ୍ୟ ଦୋଷୀ ବ୍ରିଜେଶ ଠାକୁର ଓ ୧୮ ଅନ୍ୟ ଦୋଷୀଙ୍କ ଦଣ୍ଡାଦେଶକୁ ଫେବୃଆରୀ ୧୧ ପର୍ଯ୍ୟନ୍ତ ସୁରକ୍ଷିତ ରଖିଥିଲେ । ସିବିଆଇ ମୁଜଫରପୁର ଆଶ୍ରମ ଯୌନ ଉତ୍ପୀଡନ ମାମଲାରେ ଦୋଷୀ ବ୍ରିଜେଶ ଠାକୁରଙ୍କୁ ଆଜୀବନ କାରାଦଣ୍ଡର ଗୁହାରି କରିଥିଲେ ।

ସୂଚନାଯୋଗ୍ୟ, ମୁଜାଫରପୁର ଆଶ୍ରମ ମାମଲାରେ ୨୦ ଜାନୁଆରୀରେ ବ୍ରିଜେଶ ଠାକୁର ଓ ଅନ୍ୟ ୧୮ ଜଣଙ୍କୁ ଅନେକ ବାଳିକଙ୍କୁ ଯୌନ ଶୋଷଣ ଓ ଶାରୀରିକ ଉତ୍ପୀଡନ ଦେଇଥିଲେ । କେନ୍ଦ୍ରର ସଂଚାଳକ ବିହାର ପିପୁଲ୍ସ ପାର୍ଟିର ପୂର୍ବତନ ବିଧାୟକ ବ୍ରିଜେଶ ଠାକୁର ଥିଲେ । ଅଦାଲତ ପୂର୍ବ ଆଦେଶକୁ ଏକ ମାସ ପାଇଁ ୧୪ ଜାନୁଆରୀ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିଲେ । ସେହି ସମୟରେ ଶୁଣାଣି କରୁଥିବା ବିଚାରପତି ଜଷ୍ଟିସ ସୌରଭ କୁଲଶ୍ରେଷ୍ଠ ଛୁଟିରେ ଥିଲେ । ଏହା ପୂର୍ବରୁ ଅଦାଲତ ନଭେମ୍ବର ମାସରେ ନିଷ୍ପତ୍ତି ଏକ ମାସ ପର୍ଯ୍ୟନ୍ତ ଘୁଞ୍ଚ।।ଇଥିଲେ । ସେତେବେଳେ ତିହାଡ କେନ୍ଦ୍ରୀୟ ଜେଲରେ ବନ୍ଦୀ ୨୦ ଆରୋପୀଙ୍କୁ ରାଷ୍ଟ୍ରୀୟ ରାଜଧାନୀର ସମସ୍ତ ୬ ଜିଲ୍ଲା ଅଦାଲତର ଓକିଲ ଆନ୍ଦୋଳନରେ ଥିଲେ । ଅଦାଲତ ୨୦ ମାର୍ଚ୍ଚ, ୨୦୧୮କୁ ଠାକୁରଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୋଷ ସାବ୍ୟସ୍ତ କରିଥିଲେ । ଏମାନଙ୍କ ମଧ୍ୟରୁ ୮ ମହିଳା ଓ ୧୨ ପୁରୁଶ ସାମିଲ ଥିଲେ । ଏହି ଅଭିଯୁକ୍ତମାନଙ୍କ ମଧ୍ୟରୁ ଅଧିକାଂଶ ଆଜୀବନ କାରାଦଣ୍ଡର ବ୍ୟବସ୍ଥା ରହିଛି ।

Related posts

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ

mahabharatanews

କାଠୁଆରେ ପୁଣି ଦୁଷ୍ମର୍ମ

mahabharatanews

ଫାଶୀ ଲଗାଇ ଦୁଇ ମୃତ, କାରଣ ଅସ୍ପଷ୍ଟ।

mahabharatanews