ଭାରତ

ଧାରା ୩୭୦ ଉଚ୍ଛେଦ ପରେ ଶାହାଙ୍କ ପ୍ରଥମ କାଶ୍ମୀର ଗସ୍ତ

ଶ୍ରୀନଗର: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶନିବାର ଦିନ ଜମ୍ମୁ କାଶ୍ମୀରରେ ପହଞ୍ଚିଛନ୍ତି । ଶାହା ୩ ଦିନିଆ କାଶ୍ମୀର ଗସ୍ତରେ ଅଛନ୍ତି । ଧାରା ୩୭୦ ଉଚ୍ଛେଦ ପରେ ଏହା ତାଙ୍କର ପ୍ରଥମ କାଶ୍ମୀର ଗସ୍ତ । ଶ୍ରୀନଗର ଏୟାରପୋର୍ଟରେ ତାଙ୍କୁ ସ୍ୱାଗତ କରିବାକୁ ଜମ୍ମୁର ଲେଟେନାଣ୍ଟ ଗଭର୍ନର ମନୋଜ ସିହ୍ନା ଉପସ୍ଥିତ ଥିଲେ । ସେଠାରେ ଶାହ।। ପହଞ୍ଚିବା ପରେ ପ୍ରଥମେ ଜମ୍ମୁ ପୁଲିସର ସହିଦ ଇନସ୍ପେକ୍ଟର ପରଭେଜ ଅହମ୍ମଦଙ୍କ ଘରେ ପହଞ୍ଚିଥିଲେ । ସେ ଅହମ୍ମଦଙ୍କ ପତ୍ନୀଙ୍କୁ ଏକ ସରକାରୀ ଚାକିରି ପ୍ରଦାନ କରିଛନ୍ତି । ଆତଙ୍କବାଦୀ ଆକ୍ରମଣରେ ଅହମ୍ମଦ ଚଳିତ ମାସରେ ସହିଦ ହୋଇଥିଲେ ।
ଜମ୍ମୁରେ ଆତଙ୍କବାଦୀଙ୍କ ହିଂସା ଚରମ ସୀମାରେ ପହଞ୍ଚିଥିବା ବେଳେ ଶାହାଙ୍କର ଗସ୍ତ । ଗତ କିଛି ଦିନ ହେବ ଜମ୍ମୁରେ ଆତଙ୍କବାଦୀଙ୍କ ଆକ୍ରମଣରେ ୧୧ ଜଣ ସାଧରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ସବୁ ଧର୍ମର ଲୋକେ ରହିଛନ୍ତି । ଆତଙ୍କବାଦୀ ଆକ୍ରମଣକୁ ନେଇ ଜମ୍ମୁରେ ପ୍ରବାସୀ ଶ୍ରମିକ ଓ କାଶ୍ମୀର ପଣ୍ଡିତଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି, ସେମାନେ ଜମ୍ମୁ ଛାଡି ପଳାଉଛନ୍ତି । ଏପରି ସମୟରେ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଗସ୍ତରୁ ଅନେକ କିଛି ଆଶା କରାଯାଉଛି । ଏହି ଗସ୍ତ କଳାରେ ସେ ଜମ୍ମୁ ସୁରକ୍ଷା ଓ ଗୁଇନ୍ଦା ଅଧିକାରୀଙ୍କ ଏକ ବୈଠକର ଅଧ୍ୟକ୍ଷତା କରିବେ ।

Related posts

ରାଜ୍ୟଗୋଷ୍ଠୀ କ୍ରୀଡାରେ ଖାତା ଖୋଲିଲା ଭାରତ

mahabharatanews

ମଦ ଦୁର୍ନୀତି:ଜାମିନ ଆବେଦନ ଉପରେ ଶୁଣାଣି ଆଜି

mahabharatanews

“କଙ୍ଗନାକୁ ବର୍ଷା ଦିନିଆ ବେଙ୍ଗ “: ବିକ୍ରମଦିତ୍ୟ

mahabharatanews