ଭାରତ

୧୪ ଦିନରେ ୪୧୯ କୋଟି ଆୟ କଲା ‘ଗଦର-୨’

(ମୁମ୍ବାଇ) : ବଲିଉଡ୍‌ ଷ୍ଟାର୍‌ ସନି ଦେଓଲଙ୍କ ‘ଗଦର-୨’ ବକ୍ସ ଅଫିସ୍‌ରେ ଧମାଲ କରିଛି । ବର୍ତ୍ତମାନ ଭାରତୀୟ ବକ୍ସ ଅଫିସରେ ୪୦୦ କୋଟି ଟଙ୍କାରୁ ଅଧିକ ‌ରୋଜଗାର କରି ରେକର୍ଡ ପରେ ରେକର୍ଡ ସୃଷ୍ଟି କରିଚାଲିଛି ‘ଗଦର-୨’ । ଫିଳ୍ମଟି ପ୍ରଥମ ସପ୍ତାହ‌ରେ ୨୮୦ କୋଟି ଟଙ୍କାର ରୋଜଗାର କରିଥିବା ବେଳେ ଦ୍ବିତୀୟ ସପ୍ତାହରେ ବି କମାଲ୍‌ କରିଛି।

ସୂଚନାନୁଯାୟୀ , ‘ଗଦର-୨’ ଅଷ୍ଟମ ଦିନରେ ୩୦୦ କୋଟି ଟଙ୍କାର ଆୟ କରି ପ୍ରଥମେ ରେକର୍ଡ କରିଥିଲା। ଏତେ କମ୍‌ ଦିନରେ ସନ୍ନି ଦେଓଲଙ୍କ ଫିଲ୍ମ ସବୁଠାରୁ ଅଧିକ ଆୟ କରିଥିବା ୧୦ଟି ଫିଲ୍ମ ତାଲିକାରେ ନାମ ଲେଖାଇ ସାରିଛି। ଫିଲ୍ମର ଦ୍ବିତୀୟ ସପ୍ତାହର ଆୟ ‘ଦଙ୍ଗଲ’ ଓ ‘କଶ୍ମୀର ଫାଇଲ୍ସ’ ପରି ଫିଲ୍ମକୁ ପଛରେ ପକାଇଛି। ୧୪ ଦିନ ମଧ୍ୟରେ ‘ଗଦର-୨’ର କଲେକ୍ସନ ଭାରତ‌ରେ ୪୧୯ କୋଟି ଟଙ୍କା ହୋଇଛି।

Related posts

ଥମୁନି କୃଷକ ଆନ୍ଦୋଳନ ,ଜଣେ ମୃତ 

mahabharatanews

ଧୁରନ୍ଧରର ଆୟକୁ ନେଇ ସାମ୍ନାକୁ ଆସିଲା ନୂଆ ରିପୋର୍ଟ

mahabharatanews

ବିଶ୍ବର ଅଗ୍ରଣୀ କଂପାନି ବିରୋଧରେ ସାଂଘାତିକ ଅଭିଯୋଗ

mahabharatanews