ଯୁଗ ବଦଳୁଛି, ଡିଜିଟାଲ ଦୁନିଆରେ ଆମେ ଆଗକୁ ବଢ଼ୁଛୁ, କିନ୍ତୁ ଏବେ ମଧ୍ୟ ଜୀବନ୍ତ ଅଛି ଆମ କୋରାପୁଟିଆ ଆଦିବାସୀ ମା ଭଉଣୀମାନଙ୍କ ଅମୂଲ୍ୟ ପରମ୍ପରା,କିଛି ଦିନ ଧରି କୋରାପୁଟ ଜିଲ୍ଲା ଲଷ୍ମୀପୂର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳୁଛି ପାରମ୍ପରିକ ଚଇତି ପର୍ବର ଅନନ୍ୟ ଝଲକ। ଗାଁ ଗାଁରେ ଆଦିବାସୀ ମହିଳାମାନେ ଏହି ପର୍ବକୁ ଧୁମଧାମରେ ପାଳନ କରୁଛନ୍ତି,ଖାଲି ଏତିକି ନୁହେଁ, କେତେକ ସ୍ଥାନରେ ଗାଁର ମୁଖ୍ୟ ରାସ୍ତାରେ ଯାତାୟତ କରୁଥିବା ଗାଡ଼ିଗୁଡ଼ିକୁ ଅଟକାଇ, ଇଚ୍ଛାନୁସାରେ ଯାତ୍ରୀମାନଙ୍କ ଠାରୁ କିଛି କିଛି ପଜାର ଡିଜିଟାଲ ମାଧ୍ୟମରେ ସଂଗ୍ରହ କରାଯାଉଥିବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି, ଯୁଗ ପରେ ଯୁଗ ବିତିଗଲେ ମଧ୍ୟ, ଏହି ପରମ୍ପରା ଆଜିପର୍ଯ୍ୟନ୍ତ ଲୋପ ପାଇନାହିଁ,ଯାହା ଆମ ସଂସ୍କୃତିର ଜୀବନ୍ତ ଉଦାହରଣ।
previous post
next post
