ଓଡିଶା

ନଦୀରେ ବୁଡି ୨ ନାବାଳିକାଙ୍କ ମୃତ୍ୟୁ

(ମହାଭାରତ, ନବରଙ୍ଗପୁର): ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ରୁନିଗୁଡା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି । ଏହି ଗାଁର ୨ ନାବାଳିକାଙ୍କ ନଦୀରେ ବୁଡି ମୃତ୍ୟୁ ହୋଇଛି । ମୃତକ ଦୁହେଁ ରୁନିଗୁଡା ଗାଁର ସମଦପୁଜାରୀଙ୍କ ୬ ବର୍ଷର ଝିଅ ଜୟମଣି ଓ ଡମ୍ବରୁଧର ପୂଜାରୀଙ୍କ ଝିଅ ହେମବତୀ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ନାବାଳିକା ଦୁହେଁ ମଙ୍ଗଳବାର ଆଖୁ ପେଡିବାକୁ ଯାଉଥିବା କହି ଘରୁ ବାହାରକୁ ଯାଇଥିଲେ । କିନ୍ତୁ ସନ୍ଧ୍ୟା ସୁଦ୍ଧା ଘରକୁ ଫେରିନଥିଲେ । ସେମାନଙ୍କୁ ଖୋଜିବାକୁ ପରିବାର ଲୋକେ ବାହାରିଥିଲେ । ବହୁ ଖୋଜାଖୋଜି ପରେ ସେମାନଙ୍କ ମୃତଦେହ ଗାଁ ନିକଟରେ ଥିବା ଭାସ୍କେଲ ନଦୀରେ ଭାସୁଥିବା ଦେଖିବାକୁ ମିଳିଥିଲା । ଖବର ପାଇଁ ଅଗ୍ନିଶମ ବାହିନୀ ସେମାନଙ୍କୁ ପାଣିରୁ ଉଦ୍ଧାର କରଥିଲେ । କୋଶାଗୁମୁଡା ଥାନାରେ ଏନେଇ ପରେ ଏତଲା ଦିଆଯାଇଥିଲା । ତେବେ ଦୁଇ ନାବାଳିକା ନଦୀରେ ଗାଧୋଇବା ବେଳେ କୌଣସି କାରଣରୁ ପାଣିରେ ବୁଡି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ଜଣାଯାଇଛି ।

Related posts

ଅଚାନକ ଫେରିଗଲା ଦିଲ୍ଲୀରୁ ଝାରସୁଗୁଡ଼ା ଆସୁଥିବା ବିମାନ

mahabharatanews

୨୨ ତାରିଖରେ ଓଡ଼ିଶାରେ ଅଧା ଛୁଟି

mahabharatanews

ଶ୍ରୀକ୍ଷେତ୍ରର ୫ ପୁଷ୍କରିଣୀର ଜଳ ବିଶୋଧନ ପ୍ରକ୍ରିୟା ଆରଂଭ

mahabharatanews