ରାଜନୀତି

ନବରଙ୍ଗପୁର କଂଗ୍ରେସର ମହାସଂକଳ୍ପ ସମାବେଶରେ କହ୍ନେୟା କୁମାର

ଟୁକୁନା ଖୁରା/ନବରଙ୍ଗପୁର: ଓଡ଼ିଶା ପ୍ରଦେଶ କମିଟିର ୧୦୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ନବରଙ୍ଗପୁରରେ କଂଗ୍ରେସର ମହା ସଂକଳ୍ପ ସମାବେଶ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କଂଗ୍ରେସ ଯୁବ ନେତା କହ୍ନେୟା କୁମାର ଓ ଗୁଜୁରାଟ ବିଧାୟକ ଜିଗନେସ ମେୱାନି ନବରଙ୍ଗପୁର ଗସ୍ତ କରି ନୂତନ ମଣ୍ଡେଇ ପଡିଆ ଠାରେ ଅନୁଷ୍ଠିତ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଛତିଶଗଡ଼ ମନ୍ତ୍ରୀ କାୱାସି ଲଖମା, ସିଡବ୍ଲ୍ୟୁସି ସଦସ୍ୟ ଭକ୍ତ ଦାଶ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସହ ଅନ୍ୟ ବରିଷ୍ଠ ନେତା କାର୍ୟ୍ୟକ୍ରମ ରେ ଯୋଗ ଦେଇଛନ୍ତି । ଏହି ସମାବେଶରେ ବିଭିନ୍ନ ନେତା ବିଜେପି, ବିଜେଡ଼ି ଦଳ ଛାଡ଼ି ନିଜ ନିଜ ସମର୍ଥକମାନଙ୍କ ସହ କଂଗ୍ରେସ ଦଳରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ।

Related posts

ଗେମ୍ ଖେଳି ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍, ରଦ୍ଦ ହେଲା ଅନାସ୍ଥା ପ୍ରସ୍ତାବ

mahabharatanews

କମିଟି ଅଧ୍ୟକ୍ଷକଙ୍କ ନାମ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

mahabharatanews

ମନି ଲଣ୍ଡରିଂ ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତ ଇଡିରେ ହାଜର

mahabharatanews

Leave a Comment