(ଦିଲ୍ଲୀ) : ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ପୁଣି ଥରେ ଟେକ୍ନୋଲୋଜି ବ୍ୟବହାର କରିବା ଆରମ୍ଭ କରିଛି । ୨୦୧୮ ଭଳି ଏହି କ୍ରମରେ ମଙ୍ଗଳବାର (ଡିସେମ୍ବର ୧୯) ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସରକାର ତଥା ସ୍ଥାନୀୟ ପ୍ରତିନିଧୀଙ୍କ କାର୍ଯ୍ୟଦକ୍ଷତା ଉପରେ ଅନେକ ପ୍ରଶ୍ନ ସହିତ ନମୋ ଆପରେ “ଜନ ମନ ସର୍ଭେ” ଆରମ୍ଭ କରିଥିଲେ ।
ସୂଚନାନୁଯାୟୀ, ଏହାପୂର୍ବରୁ, ପ୍ରଧାନମନ୍ତ୍ରୀ ୨୦୧୬ ରେ (ବିମୁଦ୍ରୀକରଣ ପରେ), ୨୦୧୯ ଲୋକସଭା ନିର୍ବାଚନ ପାଇଁ ଏବଂ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ , ଗୋଆ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ସମାନ ସର୍ଭେ କରିଥିଲେ । ଏହି ଆପ୍ ମାଧ୍ୟମରେ ମୋଦୀ ଲୋକଙ୍କ ସହ ଯୋଡ଼ି ହେଉଛନ୍ତି । ଆଉ ବର୍ତ୍ତମାନ ଏହି ଆପ୍ରେ ୨ କୋଟିରୁ ଅଧିକ ୟୁଜର୍ସ ଅଛନ୍ତି । ସାଧାରଣ ବର୍ଗ ମଧ୍ୟରେ ଅର୍ଥନୈତିକ ଦୁର୍ବଳ ଲୋକଙ୍କ ପାଇଁ ସଂରକ୍ଷଣ ଏବଂ ଅନ୍ୟାନ୍ୟ ଅଭିଯାନ ଆରମ୍ଭ ହୋଇଥିଲା ।