ଭାରତ

ସୋନୁ ନିଗମଙ୍କୁ ଧମକ ,ଭାଇରଲ ହେଲା ସ୍କ୍ରିନସଟ

(ମୁମ୍ବାଇ) : ବଲିଉଡର ପ୍ରସିଦ୍ଧ ଗାୟକ ସୋନୁ ନିଗମଙ୍କୁ ମିଳିଲା ଧମକ । ବିଏସି ମୁଖ୍ୟ ଇକବାଲ ସିଂହ ଚହଲଙ୍କ ସମ୍ପର୍କୀୟ ରାଜିନ୍ଦର ଧମକ ଦେଇଛନ୍ତି ବୋଲି ସୂଚନା ମିଳିଛି । ରାଜିନ୍ଦର ସୋନୁଙ୍କୁ ମେସେଜରେ ଧମକପୂର୍ଣ୍ଣ ଶବ୍ଦ ବ୍ୟବହାର କରିଛନ୍ତି। ମେସେଜରେ ରାଜିନ୍ଦରଙ୍କ ଦ୍ୱାରା ବ୍ୟବହୃତ ଭାଷା ଅଶ୍ଳୀଳ, ଯାହା ସୋନୁଙ୍କୁ ଆଘାତ ଦେଇଛି।

ସୂଚନାନୁଯାୟୀ, ଇକବାଲ ସିଂହ ଚହଲଙ୍କ ତରଫରୁ ତାଙ୍କ ସମ୍ପର୍କୀୟ ରାଜୀନ୍ଦରଙ୍କ ପାଇଁ ବିଦେଶରେ ଏକ ମ୍ୟୁଜିକ୍ କନ୍ସର୍ଟ କରିବାକୁ ସୋନୁଙ୍କୁ ରିକ୍ୱେଷ୍ଟ ଆସିଥିଲା। ସୋନୁଙ୍କ ଇଣ୍ଟରନେସନାଲ୍ କନ୍ସର୍ଟର କାମ ପ୍ରୋମୋଟର୍ ରକି ଦେଖନ୍ତି। ତେଣୁ ସେ ପ୍ରମୋଟର୍ ରକିଙ୍କ ସହ ଯୋଗାଯୋଗ କରିବାକୁ କହିଥିଲେ, ଯାହା ରାଜିନ୍ଦର ପସନ୍ଦ କରିନଥିଲେ। ଏହା ପରେ ସେ ସୋନୁଙ୍କୁ ଅପମାନଜନକ ତଥା ଧମକପୂର୍ଣ୍ଣ ମେସେଜ୍ ପଠାଇଛନ୍ତି। ଯାହାର ସ୍କ୍ରିନସଟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।

Related posts

ଈଶାନ କିଶନଙ୍କ କମାଲ

mahabharatanews

ନଦୀକୁ ଖସିଲା ବୋଲେରୋ , ପିଲାଙ୍କ ସମେତ ୫ମୃତ

mahabharatanews

ବିଷମୟ ରାଜଧାନୀ  ଦିଲ୍ଲୀ

mahabharatanews